ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ଟିଟିଲାଗଡ଼ରେ “ମଦର୍ସ ଡେ” ଏବଂ ସାତ ଦିନିଆ “ଡିଭାଇନ ଅୱେରନେସ୍ ସମର କ୍ୟାମ୍ପ”ର ସମାପନ ସମାରୋହ
ବଲାଙ୍ଗିର, ୧୦ ମଇ (ହି.ସ.)- ମା’ ହେଉଛନ୍ତି ଇଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଏକ ଅମୂଲ୍ୟ ଉପହାର । ମା’ ନଥିଲେ ସଂସାର ନଥାନ୍ତା । ମା’ର ପ୍ରେମ ହିଁ ସତ୍ୟ, ପାଳନା ହିଁ ଶିବମ୍ ଏବଂ ତାଙ୍କର ଶିକ୍ଷା ହିଁ ସୁନ୍ଦରମ୍ । ମା’ର କୋଳ ଛୁଆମାନଙ୍କ ପାଇଁ ଏକ ଶୀତଳ ଛତ୍ରଛାୟା ସଦୃଶ । ମା’ର କୋଳକୁ ଆସିଲେ ଛୁଆ
ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଟିଟିଲାଗଡ଼ରେ “ମଦର୍ସ ଡେ” ଏବଂ ସାତ ଦିନିଆ “ଡିଭାଇନ ଅୱେରନେସ୍ ସମର କ୍ୟାମ୍ପ”ର ସମାପନ ସମାରୋହ ପାଳିତ


ବଲାଙ୍ଗିର, ୧୦ ମଇ (ହି.ସ.)- ମା’ ହେଉଛନ୍ତି ଇଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଏକ ଅମୂଲ୍ୟ ଉପହାର । ମା’ ନଥିଲେ ସଂସାର ନଥାନ୍ତା । ମା’ର ପ୍ରେମ ହିଁ ସତ୍ୟ, ପାଳନା ହିଁ ଶିବମ୍ ଏବଂ ତାଙ୍କର ଶିକ୍ଷା ହିଁ ସୁନ୍ଦରମ୍ । ମା’ର କୋଳ ଛୁଆମାନଙ୍କ ପାଇଁ ଏକ ଶୀତଳ ଛତ୍ରଛାୟା ସଦୃଶ । ମା’ର କୋଳକୁ ଆସିଲେ ଛୁଆ ନିଜର ସମସ୍ତ ଦୁଃଖ ଓ କଷ୍ଟ ଭୁଲିଯାଏ । ଉକ୍ତ ବିଚାର ମଦର୍ସ ଡେ ଅବସରରେ ଆୟୋଜିତ “ମା’ – ସୁଖୀ ପରିବାରର ଆଧାରଶିଳା” ବିଷୟକ କାର୍ଯ୍ୟକ୍ରମରେ ପ୍ରକାଶ ପାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଅନୁରାଧା ସିଂଘଲ ଜୀ, ଡି.ଏ.ଭି. ଅଟୋନୋମସ୍ କଲେଜ ଟିଟିଲାଗଡ଼ର ସାଇନ୍ସ କେମେଷ୍ଟ୍ରି ଲେକ୍ଚରର, ମନୋରମା ବାରିକ, ହେଡମାଷ୍ଟର ବଡପତ୍ରାପାଳି ପ୍ରାଇମେରୀ ସ୍କୁଲ, ତେରାପନ୍ଥ ଜୈନ ମହିଳା ସମିତିର ଅଧ୍ୟକ୍ଷା ଭାବନା ଜୈନ, ଉପାଧ୍ୟକ୍ଷା ଦୀପିକା ଜୈନ, ବ୍ରହ୍ମାକୁମାରୀ ଟିଟିଲାଗଡ଼ର ସେବା ପ୍ରଭାରୀ ବି.କେ. ଦାମିନୀ ଭଉଣୀ ଏବଂ ବି.କେ. ମନୀଷା ଭଉଣୀ ପରମାତ୍ମା ସ୍ମୃତିରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛୁଆମାନଙ୍କର ସମର କ୍ୟାମ୍ପର ସମାପନ ସମାରୋହ ମଧ୍ୟ ପାଳନ କରାଯାଇଥିଲା । ଯେଉଁଥିରେ ସମସ୍ତ ବକ୍ତା ନିଜ ନିଜର ବିଶେଷ ଅନୁଭବ ଶେୟାର କରିଥିଲେ । ଏହି ମାନବ ଜୀବନରେ ମା’ର ଏକ ପ୍ରମୁଖ ଭୂମିକା ରହିଛି । ପରମାତ୍ମା ସମସ୍ତ ଜାଗାରେ ନିଜର ଉପସ୍ଥିତି ଦେଇପାରିବେ ନାହିଁ, ସେଥିପାଇଁ ସେ ମା’ର ସୃଷ୍ଟି କରିଛନ୍ତି । ଯାହାଙ୍କ ମୁଣ୍ଡ ଉପରେ ମା’ର ଛତ୍ରଛାୟା ରହେ, ସେ ସଦା ସୁରକ୍ଷିତ ରହେ । ଯାହାଙ୍କ ଜୀବନରେ ନିଜ ମାତାପିତାଙ୍କ ଆଶୀର୍ବାଦ ରହିଛି, ସେହି ଛୁଆ ସଦା ଜୀବନରେ ସଫଳତା ଓ ଉନ୍ନତି ଲାଭ କରିଥାଏ । ସଭାରେ ସମସ୍ତ ଛୁଆ ଏବଂ ତାଙ୍କର ମାତାପିତାଙ୍କ ଉପସ୍ଥିତିରେ ବି.କେ. ମନୀଷା ଭଉଣୀ ସମସ୍ତଙ୍କୁ ସଂସ୍ଥାର ପରିଚୟ ଦେଇ ସମର କ୍ୟାମ୍ପର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ବି.କେ. ଦାମିନୀ ଭଉଣୀ ମଧ୍ୟ ନିଜ ଉଦବୋଧନରେ କହିଥିଲେ ଯେ, ମା’ର ସମ୍ପର୍କ ହିଁ ସତ୍ୟ ସମ୍ପର୍କ, ଯେଉଁଥିରେ କୌଣସି ମିଶ୍ରଣ କିମ୍ବା ସଜାବଟ ନଥାଏ । ମା’ର ସମ୍ପର୍କ ଏମିତି ଏକ ସମ୍ପର୍କ ଯେଉଁଥିରେ ନିଜ ଛୁଆମାନଙ୍କ ପ୍ରତି ତାଙ୍କ ମୁହଁରେ କେବେ ଥକାବଟ ଦେଖାଯାଏ ନାହିଁ ଏବଂ ମା’ର ମମତାରେ କେବେ ମିଶ୍ରଣ ଦେଖାଯାଏ ନାହିଁ । ବର୍ତ୍ତମାନ ସମୟରେ ଆମେ ଛୁଆମାନଙ୍କର ବୁଦ୍ଧିମତା ଉପରେ ଧ୍ୟାନ ଦେଉଛୁ ଏବଂ ଏହି ସମୟରେ ତାଙ୍କର ମାନସିକତା ଓ ଚିନ୍ତାଧାରାର ଶକ୍ତି ଧୀରେ ଧୀରେ କମିଯାଉଛି । ଏହାର ମୁଖ୍ୟ କାରଣ ଆଧ୍ୟାତ୍ମିକତାର ଅଭାବ ହେବାର ଦେଖାଯାଉଛି । ଆଜି ଆମକୁ ଜୀବନରେ ବହୁତ କଠିନାଇର ସମ୍ମୁଖୀନ ହେବାକୁ ପଡ଼ୁଛି, କାରଣ ଆମର ମନ ଓ ବୁଦ୍ଧି ଯଦି ସଠିକ୍ ଭାବରେ କାର୍ଯ୍ୟ କରେ ଏବଂ ସଠିକ୍ ନିଷ୍ପତ୍ତି ନିଏ, ତେବେ ଆମେ ଜୀବନରେ ସଦା ଆଗକୁ ବଢ଼ି ପାରିବୁ ଏବଂ ପ୍ରତ୍ୟେକ ପରିସ୍ଥିତିକୁ ସହଜରେ ଅତିକ୍ରମ କରିପାରିବୁ । ଏଥିସହ ସେ ରାଜଯୋଗ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ ।

ଶେଷରେ କାର୍ଯ୍ୟକ୍ରମର ସମାପନରେ ମଦର୍ସ ଡେ ଅବସରରେ କେକ୍ କଟିଂ କରାଯାଇଥିଲା । ଅତିଥିମାନଙ୍କୁ ଇଶ୍ୱରୀୟ ସୌଗାତ ଏବଂ ପ୍ରଭୁ ପ୍ରସାଦ ଭେଟି ଦିଆଯାଇଥିଲା । ସମର କ୍ୟାମ୍ପରେ ଭାଗ ନେଇଥିବା ସମସ୍ତ ପ୍ରତିଭାଗୀ ଛୁଆମାନଙ୍କୁ ସାର୍ଟିଫିକେଟ୍ ଓ ଉପହାର ପ୍ରଦାନ କରାଯାଇଥିଲା । ସମସ୍ତେ ଏହି କାର୍ଯ୍ୟକ୍ରମର ଅତ୍ୟନ୍ତ ସୁନ୍ଦର ଆନନ୍ଦ ଅନୁଭବ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande