ତିନି ଦଫା ଦାବିପୂରଣ ପାଇଁ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବିଶାଳ ଆନ୍ଦୋଳନ ନେଇ ସଜବାଜ
ଜୟପୁର, ୧୦ ମଇ (ହି.ସ.)- ତିନି ଦଫା ଦାବିପୂରଣ ପୂରଣ ନେଇ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବିଶାଳ ଆନ୍ଦୋଳନ ନିମନ୍ତେ ସଜବାଜ ଆରମ୍ଭ ହେଲାଣି । କଥା ଦେଇ କଥା ରଖୁ ନାହାନ୍ତି ମୋହନ ସରକାର । କ୍ଷମତାକୁ ଆସିବା ଆଗରୁ ଦୃଢ ପ୍ରତିଶୃତି, କ୍ଷମତାରେ ବସିଲା ପରେ ଆଉ ପାଖ ମଡେଇ ଦେଉ ନାହାନ୍ତିା ଗତ ମା
ତିନି ଦଫା ଦାବିପୂରଣ ପାଇଁ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବିଶାଳ ଆନ୍ଦୋଳନ ନେଇ ସଜବାଜ


ଜୟପୁର, ୧୦ ମଇ (ହି.ସ.)- ତିନି ଦଫା ଦାବିପୂରଣ ପୂରଣ ନେଇ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବିଶାଳ ଆନ୍ଦୋଳନ ନିମନ୍ତେ ସଜବାଜ ଆରମ୍ଭ ହେଲାଣି । କଥା ଦେଇ କଥା ରଖୁ ନାହାନ୍ତି ମୋହନ ସରକାର । କ୍ଷମତାକୁ ଆସିବା ଆଗରୁ ଦୃଢ ପ୍ରତିଶୃତି, କ୍ଷମତାରେ ବସିଲା ପରେ ଆଉ ପାଖ ମଡେଇ ଦେଉ ନାହାନ୍ତିା ଗତ ମାର୍ଚ୍ଚ ମାସରେ ଆନ୍ଦୋଳନ ଚାଲିଥିବା ବେଳେ ଦାବି ପୁରଣ ନେଇ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବି କିଛି ଫଳପ୍ରଦ ହେଉନାହିଁ । ୨୪ ବର୍ଷର ସରକାରରେ ବିଭିନ୍ନ କାରଣରୁ ୨୯୭ ଜଣ ଛଟେଇ ହୋଇଥିଲେ । କିନ୍ତୁ, ୨ ବର୍ଷର ସରକାର, ଚାରି ହଜାରରୁ ଊର୍ଦ୍ଧ୍ଵ କର୍ମଚାରୀ ଙ୍କୁ ଅତ୍ୟନ୍ତ ନିଷ୍ଠୁର, ଅନ୍ୟାୟ ଓ ଅବିଚାରିତ ଭାବେ ଛଟେଇ କରି ସେମାନଙ୍କ ଅସହାୟ ପରିବାରକୁ ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛନ୍ତି । ବର୍ଷବର୍ଷ ଧରି ନିଷ୍ଠାପର ଭାବେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସ୍ଥାୟୀ କରାଯାଉନି, ବାରମ୍ବାର ଆବେଦନ ନିବେଦନ କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମହାସଂଘକୁ ଶୁଣିବା ପାଇଁ ଦୁଇ ମିନିଟ ସମୟ ଦେଉନାହାନ୍ତି ମାତ୍ର ବିଭିନ୍ନ ଗଣମାଧ୍ୟମ ମାନଙ୍କ ପ୍ରଶ୍ନରେ ବରେଣ୍ୟ ଲୋକଙ୍କ ମୁଖ୍ୟମନ୍ତ୍ରୀ ଉତ୍ତର ରଖୁଛନ୍ତି ଯେ ଆମେ ସରଜମିନ ତଦନ୍ତ କରୁଛୁ କିଛି ଭଲ ନିଷ୍ପତି ନିଆଯିବ କିନ୍ତୁ କେବେ ସେ ନିଷ୍ପତି ନେବେ କିଛି ଜଣାପଡିଲା ନାହିଁ । ରାଜ୍ୟର ସମଗ୍ର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ଓଡିଶାର ନାଗରିକ ଭାବେ ବିଚାର କରୁନାହାନ୍ତି ଓ ଆର୍ଥିକ ମାନସିକ ଚାପ ପକେଇ ସେମାନଙ୍କ ସଂସାରକୁ ରସାତଳକୁ ନେଇଯାଉଛନ୍ତି ବୋଲି ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାରଙ୍କ ଏଭଳି ଜନ ବିରୋଧୀ ଶୋଷଣ ଓ ଅହଂକାରକୁ ବିରୋଧ କରି ନ୍ୟାୟ ପାଇବା ଆଶାରେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ମହାସଂଘ ସଜବାଜ ହେଲାଣି । ବ୍ଲକ ଠାରୁ ସଚିବାଳୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ସାରା ଓଡିଶାର ହଜାର ହଜାର କର୍ମଚାରୀଙ୍କ ପ୍ରତିବାଦ । ସମାଗତ ବିକ୍ଷୋଭକାରୀ କର୍ମଚାରୀଙ୍କୁ ଆହ୍ୱାନ ଦେଇ ମହାସଂଘର ନେତୃମଣ୍ଡଳୀ କହିଥିଲେ ଯେ, ବିଗତ ସରକାର ଅ।ଉଟସୋର୍ସିଙ୍ଗ କର୍ମଚାରୀଙ୍କ କିଛି କିଛି ଦାବି ପର୍ଯ୍ୟାୟ କ୍ରମେ ପୂରଣ କରିଥିଲେ ଓ ମୁଖ୍ୟ ଦାବି ଗୁଡିକ ସମାଧାନ ପାଇଁ ଏକ ଆଉଟସୋର୍ସିଙ୍ଗ ଆମ୍ବୁଡୁସମ୍ୟାନ ର ବ୍ୟବସ୍ଥା କରିଥିଲେ । କିନ୍ତୁ ବିଜେପି ସରକାର ଆସିଲା ପରେ ଦାବି ପୂରଣ ତ ଦୂରର କଥା ପ୍ରତିଦିନ ବ୍ୟାପକ ଛଟେଇ କରାଯାଉଛି ଓ ମାସ ମାସ ଧରି ଦରମା ଦିଆଯାଉନି । ତିନି ଦଫା ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ଚଳିତ ବର୍ଷ ଆନ୍ଦୋଳନ କରାଯାଇଥିଲା । ଗତବର୍ଷ ଆନ୍ଦୋଳନ ସ୍ଥଳକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଦୁଇ ଜଣ ବିଧାୟକ ଆସି ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଏକ କମିଟି ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରେଇଦେଲେ । କିନ୍ତୁ ଇତିମଧ୍ୟରେ ମାସ ମାସ ବିତିଥିଲେ ବି ମୁଖ୍ୟମନ୍ତ୍ରୀ ସମୟଦେଲେ ନାହିଁ କି ସମସ୍ୟାର ସମାଧାନ ପାଇଁ ସାମାନ୍ୟ ସୌଜନ୍ୟତା ପ୍ରକାଶ କଲେ ନାହିଁ । ଅଧିକନ୍ତୁ ବିଭିନ୍ନ ମେଳା ମୌତ୍ସବରେ ଭାଷଣ ପାଇଁ ସମୟ ପାଉଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ଅସହାୟ ଶୋଷିତ କର୍ମଚାରୀଙ୍କ ସହ ଅ।ଲୋଚନା ପାଇଁ ୫ ମିନିଟ ସମୟ ଦେଉନାହାନ୍ତି ଅଧିକନ୍ତୁ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ନୀଚ୍ଚ ଓ ବିଶ୍ୱାସଯୋଗ୍ୟ ନୁହନ୍ତି ବୋଲି ନିମ୍ନରୁଚିର ମନ୍ତବ୍ୟ ଦେଇଚାଲିଛନ୍ତି । ପୂର୍ବ ସରକାରରେ ଅମଲାରାଜ ଚାଲୁଥିଲା ବୋଲି ଅପପ୍ରଚାର କରୁଥିବା ବିରୋଧୀ ଦଳ ନିଜେ କ୍ଷମତାକୁ ଆସିବା ପରେ ଉଚ୍ଚ ପଦବୀରେ ଥିବା ଅମଲା ମାନଙ୍କ ଚକ୍ରବ୍ୟୁହରେ ଫସିଥିବା ସ୍ପଷ୍ଟ ହୋଇଯାଇଛି । ୨୪ ବର୍ଷ ମଧ୍ୟରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ଯେଉଁ ଅତ୍ୟାଚାର ଓ ଶୋଷଣ ହୋଇ ନଥିଲା, ତାହା ଏବେ ଭୟଙ୍କର ଭାବେ କରାଯାଉଛି ବୋଲି ନେତୃମଣ୍ଡଳୀ ଅଭିଯୋଗ କରିଥିଲେ । ବହୁ ନିବେଦନ ପରେ ଯେତେବେଳେ ଅ।ଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ଓ ସେମାନଙ୍କ ନ୍ୟାୟସଙ୍ଗତ ତିନି ଦଫା ଦାବି ପ୍ରତି ସରକାରଙ୍କ ମାନସିକତାର ପରିବର୍ତ୍ତନ ହେଉନାହିଁ ଏବଂ ଦାବି ପୂରଣ ନ କରି ପ୍ରତିଦିନ ଛଟେଇ, ଦରମା ବନ୍ଦ ଭଳି କୁଶ୍ଚିତ ବ୍ୟବସ୍ଥା ଜାରି ରହିଛି । ରାଜ୍ୟ ସରକାର ନିଜେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି କଥା ଘୋଷଣା କରିଥିଲେ ସୁଦ୍ଧା କାହିଁକି ଉକ୍ତ କମିଟି ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସମସ୍ୟା ସମାଧାନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି ସଂଘ । ଦୀର୍ଘ ବର୍ଷର ସଫଳ ସେବା ଓ ଅଭିଜ୍ଞତାକୁ ଆଧାର କରି ସ୍ଥାୟୀ କରିବା, ଛଟେଇ ବନ୍ଦ ସହ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ଡେଲି ୱେଜେସ ଆଉଟସୋର୍ସିଙ୍ଗ ଦୈତ୍ୟ ବ୍ୟବସ୍ଥା ବଦଳରେ ଏକକ ବ୍ୟବସ୍ଥା ଗ୍ରହଣ କରିବା ଓ ସ୍ଥାୟୀ ହେବା ପର୍ଯ୍ୟନ୍ତ ଚାକିରି ନିରାପତ୍ତା ଯୋଗାଇ ଦେବା ଆଦି ତିନି ଦଫା ଦାବି ନେଇ ଆନ୍ଦୋଳନ କରିବାକୁ ସଜବାଜ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande