
ବେଙ୍ଗାଲୁରୁ, 10 ମଇ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର
ବେଙ୍ଗାଲୁରୁର କନକପୁରା ରୋଡ୍ସ୍ଥିତ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ୍ ଆଶ୍ରମରେ ନବନିର୍ମିତ
ଧ୍ୟାନ ମନ୍ଦିରର ଉଦ୍ଘାଟନ କରିବା ସହିତ ବିଭିନ୍ନ ଉପକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି
ଅବସରରେ ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକତା, ଯୁବଶକ୍ତି, ପରିବେଶ ସୁରକ୍ଷା, ପ୍ରଯୁକ୍ତିଗତ ବିକାଶ ଏବଂ ସମାଜର ଭୂମିକା ଉପରେ ବିସ୍ତାରିତ ଭାବେ
ନିଜ ମତାମତ ପ୍ରକାଶ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀ କହିଛନ୍ତି ଯେ ସମାଜର ଶକ୍ତି ହିଁ ରାଷ୍ଟ୍ର ଗଠନର ପ୍ରକୃତ ଆଧାର। କେବଳ ସରକାରମାନେ ଦେଶକୁ
ପରିବର୍ତ୍ତନ କରିପାରିବେ ନାହିଁ। ଯେତେବେଳେ ସମାଜ ସକ୍ରିୟ ଭାବେ ଭାଗୀଦାରୀ କରେ, ସେତେବେଳେ ରାଷ୍ଟ୍ର ନୂତନ ଉଚ୍ଚତାକୁ ପହଞ୍ଚେ। ପ୍ରଧାନମନ୍ତ୍ରୀ ମୋଦୀ
କହିଛନ୍ତି ଯେ ଆଜିର ସକାଳ ମୋ ପାଇଁ ଏକ ଭିନ୍ନ ଅନୁଭବ ନେଇ ଆସିଛି। ଶିଶୁମାନଙ୍କର ବେଦିକ
ମନ୍ତ୍ରୋଚ୍ଚାରଣ ଦ୍ୱାରା ସ୍ୱାଗତ, ଗୁରୁଦେବଙ୍କ ଆଶୀର୍ବାଦ ଏବଂ ଆର୍ଟ ଅଫ ଲିଭିଂର ସେବା ପରମ୍ପରା — ଏହି ସମସ୍ତ ମୁହୂର୍ତ୍ତ ମୋର ସ୍ମୃତିରେ ସର୍ବଦା ପାଇଁ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା