ପର୍ବତାରୋହୀ ଶରଣ୍ୟା ଶ୍ରେଷ୍ଠା ପଣ୍ଡା ସମ୍ବର୍ଦ୍ଧିତ
ପର୍ବତାରୋହୀ ଶରଣ୍ଯା ଶ୍ରେଷ୍ଠା ପଣ୍ଡା ସମ୍ବର୍ଦ୍ଧିତ
ପର୍ବତାରୋହୀ ଶରଣ୍ଯା ଶ୍ରେଷ୍ଠା ପଣ୍ଡା ସମ୍ବର୍ଦ୍ଧିତ


ପର୍ବତାରୋହୀ ଶରଣ୍ଯା ଶ୍ରେଷ୍ଠା ପଣ୍ଡା ସମ୍ବର୍ଦ୍ଧିତ


ସମ୍ବଲପୁର,୧୦, ମେ (ହି.ସ.)

ରବିବାର ସକାଳେ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମ୍ବଲପୁର ସହରର ୧୩ ବର୍ଷିୟା ନାବାଳିକା ଚର୍ଚ୍ଚିତା ପର୍ବତାରୋହୀ ଶରଣ୍ଯା ଶ୍ରେଷ୍ଠା ପଣ୍ଡାଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ସାହିତ କରିବା ସହ ସମ୍ଵର୍ଦ୍ଧନା ଜ୍ଞାପନ କରିଛନ୍ତି । ନିକଟରେ ଇଣ୍ଡିଆନ ହାଇଟ୍ ପକ୍ଷରୁ ହିମାଲୟାନ ଟ୍ରେକିଙ୍ଗ୍ କ୍ୟାମ୍ପରେ ଶରଣ୍ଯା ସଫଳତା ପାଇବା ପରେ କେବଳ ପରିବାର ବା ସମ୍ବଲପୁର ପାଇ ନୁହେଁ, ସମଗ୍ର ଓଡ଼ିଶା ପାଇଁ ସେ ଗର୍ବର କାରଣ ପାଲଟିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ଆଗାମୀ ଦିନରେ ଆହୁରି ଅଧିକ ସଫଳତା ପାଇଁ ଉତ୍ସାହିତ କରିଥିଲେ । ଉପସ୍ଥିତ ମହଲ ମଧ୍ୟ କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande