ଆଇଆଇଟି ଭୁବନେଶ୍ୱର ପିଏଚଡି ଛାତ୍ରଙ୍କ ହଷ୍ଟେଲରୁ ପଡ଼ି ମୃତ୍ୟୁ
ଭୁବନେଶ୍ୱର, ୧୦ ମଇ (ହି.ସ.) ଆଇଆଇଟି ଭୁବନେଶ୍ୱରର ଜଣେ ପିଏଚଡି ଛାତ୍ରଙ୍କର ରବିବାର ହଷ୍ଟେଲ ଭବନର ଛଅତ ମହଲା ଉପରୁ କଥିତ ଭାବେ ପଡ଼ି ମୃତ୍ୟୁ ଘଟିଛି। ମୃତକ ଟି ନିଶାନ୍ତ କୁମାର ବୋଲି ଜଣା ପଡିଛି । ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ଗବେଷଣା କରୁଥିଲେ ଏବଂ ମୂଳତଃ ଆନ୍ଧ୍ରପ୍ରଦେଶର ବାସିନ
ଆଇଆଇଟି ଭୁବନେଶ୍ୱର


ଭୁବନେଶ୍ୱର, ୧୦ ମଇ (ହି.ସ.) ଆଇଆଇଟି ଭୁବନେଶ୍ୱରର ଜଣେ ପିଏଚଡି ଛାତ୍ରଙ୍କର ରବିବାର ହଷ୍ଟେଲ ଭବନର ଛଅତ ମହଲା ଉପରୁ କଥିତ ଭାବେ ପଡ଼ି ମୃତ୍ୟୁ ଘଟିଛି।

ମୃତକ ଟି ନିଶାନ୍ତ କୁମାର ବୋଲି ଜଣା ପଡିଛି । ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ଗବେଷଣା କରୁଥିଲେ ଏବଂ ମୂଳତଃ ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ।

ମିଳିଥିବା ସୂଚନା ଅନୁସାରେ ସେ ପଡ଼ି ଯିବା ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ମିଳିଥିଲେ ଏବଂ ତୁରନ୍ତ ସଂସ୍ଥାନର ଚିକିତ୍ସା କେନ୍ଦ୍ରକୁ ନେଇଯାଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ଉନ୍ନତ ଚିକିତ୍ସା ପାଇଁ ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ଜଟଣୀ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛାତ୍ର କେଉଁ କାରଣରୁ ପ଼଼ଡି ଯାଇଥିଲେ ତାହା ଜାଣିବାକୁ ପୋଲିସ ଯାଞ୍ଚ କରୁଛି। ବର୍ତ୍ତମାନ ଘଟଣାର ସଠିକ୍ କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ କହିଛି ଯେ, ତଦନ୍ତ ଜାରି ରହିଛି ଏବଂ ଅଧିକ ସୂଚନାର ଅପେକ୍ଷା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande