ତ୍ରୁଟି ଥିଲେ ସୁଧାରିବୁ, ଅପଗ୍ରେଡ୍ କରିବୁ : ଡିଜିପି ୱାଇ. ବି. ଖୁରାନିଆ
ବାଲିଅନ୍ତା ଓ ବାଲିପାଟଣା ଘଟଣା ସମୀକ୍ଷା ପରେ ପୋଲିସ ଡିଜିଙ୍କ ପ୍ରତିକ୍ରିୟା ଭୁବନେଶ୍ୱର. 10 ମଇ (ହି.ସ.) : ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ସମ୍ପ୍ରତିକ ଘଟଣାକୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କା ପରିପ୍ରେକ୍ଷିରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ ପ
ତ୍ରୁଟି ଥିଲେ ସୁଧାରିବୁ, ଅପଗ୍ରେଡ୍ କରିବୁ : ଡିଜିପି ୱାଇ. ବି. ଖୁରାନିଆ


ବାଲିଅନ୍ତା ଓ ବାଲିପାଟଣା ଘଟଣା ସମୀକ୍ଷା ପରେ ପୋଲିସ ଡିଜିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର. 10 ମଇ (ହି.ସ.) : ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ସମ୍ପ୍ରତିକ ଘଟଣାକୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କା ପରିପ୍ରେକ୍ଷିରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୋଲିସ ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲେ ତାହାକୁ ସୁଧାରାଯିବ ଏବଂ ଆବଶ୍ୟକତା ପଡ଼ିଲେ ବ୍ୟବସ୍ଥାକୁ ଅପଗ୍ରେଡ୍‌ ମଧ୍ୟ କରାଯିବ।

ପୋଲିସ ଅଧିକାରୀ ମାନଙ୍କ ସହ ଘଟଣାର ସମୀକ୍ଷା ପରେ ସେ କହିଥିଲେ ଯେ, ଗତ ୩ରୁ ୪ ଦିନ ଧରି ଲୋକଙ୍କ ମନରେ କିଛି ଆଶଙ୍କା ଦେଖାଦେଇଥିଲା। କିପରି ଆମେ ପୁନର୍ବାର ଲୋକଙ୍କ ଆସ୍ଥାଭାଜନ ହୋଇପାରିବୁ, ସେନେଇ ବିସ୍ତୃତ ଆଲୋଚନା ହୋଇଛି।

ଡିଜିପି କହିଥିଲେ ଯେ, କମିଶନରେଟ୍‌ ପୋଲିସ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି। ଅତୀତରେ କମିଶନରେଟ୍‌ ପୋଲିସ ଅନେକ ଭଲ କାମ କରିବାର ନଜିର ସୃଷ୍ଟି କରିଛି ଏବଂ ଆଗାମୀ ଦିନରେ ମଧ୍ୟ ଲୋକଙ୍କ ସୁରକ୍ଷା ପ୍ରତି ସେମାନେ ସମର୍ପିତ ରହିବେ।

ସେ କହିଛନ୍ତି ଯେ, ମୁଁ କମିଶନରେଟ୍‌ ପୋଲିସ ପକ୍ଷରୁ ରାଜ୍ୟବାସୀଙ୍କୁ ଆଶ୍ୱାସନ ଦେଉଛି ଯେ, ଲୋକଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଏହି ଘଟଣା ଆମ ସିଷ୍ଟମ ଉପରେ ଅଧିକ ଧ୍ୟାନ ଦେବାକୁ ବାଧ୍ୟ କରିଛି। ଯଦି କିଛି ତ୍ରୁଟି ଥାଏ, ତାହାକୁ ସୁଧାରିବୁ ଏବଂ ଅପଗ୍ରେଡ୍‌ର ଆବଶ୍ୟକତା ଥିଲେ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ଲୋକଙ୍କ ସୁରକ୍ଷା ପାଇଁ ସରକାର ପୋଲିସ ବିଭାଗକୁ ଆବଶ୍ୟକ ସମସ୍ତ ସୁବିଧା ଓ ସାଧନ ଯୋଗାଇ ଦେଇଛନ୍ତି। ସେହି ସୁବିଧାକୁ କାର୍ଯ୍ୟକର ଭାବେ ବ୍ୟବହାର କରି ସାଧାରଣ ଲୋକଙ୍କ ଭରସା ଅବିକଳ ରଖିବାକୁ ପୋଲିସ ପ୍ରତିବଦ୍ଧ ବୋଲି ଡିଜିପି ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande