
କେନ୍ଦ୍ରାପଡା, ୧୦ ମଇ (ହି.ସ.)- କେନ୍ଦ୍ରାପଡା ସହର ଓ ଏହାର ଆଖପାଖ ଅଂଚଳର ମୁଖ୍ୟ ରାସ୍ତା ଉପରେ ମନ ମୁତାବକ ବାଲି-ଗୋଡ଼ି ମହଜୁଦ ରଖିବା ଦ୍ୱାରା ପଥଚାରୀଙ୍କ ପାଇଁ ବିପଦର କାରଣ ପାଲଟିଛି। ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟ।ନୁଷ୍ଠାନ ନିର୍ଦ୍ଦେଶ କେନ୍ଦ୍ରାପଡ଼ା ସଦର ଥାନା ନିକଟରୁ ବସୁପୁର ପୋଲ ପର୍ଯ୍ୟନ୍ତ ରାସ୍ତାକୁ ଜିଲ୍ଲାର ଏକ ପ୍ରମୁଖ ବ୍ୟସ୍ତବହୁଳ ସଡ଼କ ଭାବେ ଗଣାଯାଏ । ଏହି ରାସ୍ତା ଉପରେ ବିଭିନ୍ନ ସ୍କୁଲ, କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାପାଳ କାର୍ୟ୍ୟାଳୟ ଓ ତହସିଲ କାର୍ଯ୍ୟ।ଳୟ ରହିଥିବାରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟାତ ଲାଗି ରହୁଛି । ହେଲେ ମେହେନ୍ଦିପୁର ଛକରୁ ମହାରାକୂଳ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉପରେ ଅବୈଧ ଭାବେ ବଡ଼ ବଡ଼ ହାଇୱା, ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ି ରଖି ବାଲି ଓ ଗୋଡ଼ି ମହଜୁଦ କରାଯାଉଥିବାରୁ ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅଭିଯୋଗ ଅନୁଯାୟୀ, ରାସ୍ତା ଉପରେ ଟ୍ରାକ୍ଟର ରଖି ଗୋଡ଼ି ଲୋଡ଼ିଂ କରାଯାଉଥିବା ବେଳେ ବେଲଚା ମାଧ୍ୟମରେ ଗୋଡ଼ି ପଥଚାରୀଙ୍କ ଉପରେ ପଡ଼ୁଥିବା ଘଟଣା ମଧ୍ୟ ଦେଖାଯାଉଛି । ଏଥିସହ ରାତି ସମୟରେ ରାସ୍ତା ଉପରେ ଅନ୍ଧାରରେ ଗାଡ଼ି ଛାଡ଼ି ଦିଆଯାଉଥିବାରୁ ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦିଆନପାଟଣା ଛକରେ ମଧ୍ୟ ରାସ୍ତା ଉପରେ ଗାଡ଼ି ରଖାଯାଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା ଅବରୋଧ କରିଥିବା ଗାଡ଼ି ଓ ସାମଗ୍ରୀକୁ ତୁରନ୍ତ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ । ସ୍ଥାନୀୟ ଲୋକେ ମଧ୍ୟ ଦୁର୍ଘଟଣା ରୋକିବା ପାଇଁ ଏଭଳି ଅବୈଧ ରାସ୍ତା ଦଖଲ ବିରୋଧରେ କଡ଼ା କାର୍ଯ୍ୟ।ନୁଷ୍ଠାନ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି