




ସମ୍ବଲପୁର, ୧୦, ମେ (ହି.ସ.)
ଆଜି ସକାଳେ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ପରିସରରେ ସହରର ଅଗ୍ରଣୀ ଅନୁଷ୍ଠାନ ସମ୍ବଲ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରତ୍ୟେକ ରକ୍ତଦାନ ମାନଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ସୁଚନାଯୋଗ୍ୟ ବର୍ଷର ବିଭିନ୍ନ ସମୟରେ ସମ୍ବଲ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରି ସଂଗୃହୀତ ରକ୍ତ ଭିମସାର ଠାରୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କ ପର୍ଯ୍ୟନ୍ତ ଏକ ଭରସା ପାଲଟିଛନ୍ତି । ଅନୁଷ୍ଠାନର ଏଭଳି ଆଭିମୁଖ୍ୟକୁ ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ଜାରି ରଖିବା ପାଇଁ ଆହ୍ବାନ ଜଣାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ