

ସମ୍ବଲପୁର, ୧୦, ମେ (ହି.ସ.) ସମ୍ବଲପୁର ସହରର ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଇଁ ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତି ସଦସ୍ୟ ମାନେ ବିଗତ ଦିନର ଅଭିଜ୍ଞତାକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ ଯେପରି ଏହି ଯାତ୍ରା ପାଳନ ହେବ ସେଦିଗରେ ସମସ୍ତେ ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ