



ସମ୍ବଲପୁର, ୧୦ ମଇ (ହି.ସ.)- ଗଞ୍ଜାମ ବିଜୁ ପଟ୍ଟନାୟକ ଇନଡୋର ଅଡିଟୋରିୟମରେ ଅନୁଷ୍ଠିତ ସପ୍ତମ ଓ୍ବାକୋ ଓଡ଼ିଶା ରାଜ୍ୟସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ସମ୍ବଲପୁର କିକ୍ ବକ୍ସିଂ ଆସୋସିଏସନ୍ କୁ ୪୧ଟି ପଦକ ମିଳିଛି । ରବିବାର ବିଜୟୀ ଟିମ୍ ସମ୍ବଲପୁର ପହଞ୍ଚିବା ପରେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ବିଜୟୀ ଟିମ୍ କୁ ସ୍ବାଗତ କରାଯାଇଛି। କିକ୍ ବକ୍ସିଂ ଆସୋସିଏସନ୍, ସମ୍ବଲପୁର ପକ୍ଷରୁ ଉପସଭାପତି ଭବାନୀଶ ଭୋଇ, ଯୁଗ୍ମ ସମ୍ପାଦିକା ପୁଷ୍ପାଞ୍ଜଳି ପ୍ରଧାନଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେହିପରି ଭାରତୀ ସମାଜ ପକ୍ଷରୁ ସହ ସଞ୍ଚାଳକ ଅଶୋକ ତ୍ରିପାଠୀ, ଗୋପବନ୍ଧୁ ସେନାପତି, ମହାସଚିବ ଗଦାଧର ନିଆଲ, ସେବା ସଂଯୋଜିକା ଲଲିତା ଭୋଇ, ସାଂସ୍କୃତିକ ସଂଯୋଜକ ଗୁରୁ ରଞ୍ଜିତ ସାହୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ପ୍ରତିଯୋଗିତାରେ ସିନିୟର ବର୍ଗରେ ସୁଭମ୍ ପ୍ରଧାନ ୨ ସ୍ବର୍ଣ୍ଣ , ୧ ରୋପ୍ୟ,୧ କାଂସ୍ୟ, ପ୍ରଭାସ କୁମାର ପ୍ରଧାନ ୧ ସ୍ବର୍ଣ୍ଣ, ୧ ରୋପ୍ୟ, ବିମଲ୍ ବେହେରା ୨ କାଂସ୍ୟ, ସିବାଂଶୀ ତ୍ରିପାଠୀ ୩ ରୋପ୍ୟ, ୨ କାଂସ୍ୟ,
କନିଷ୍ଠ ବର୍ଗରେ ଶ୍ରେୟାଂସୀ ତ୍ରିପାଠୀ ୧ ସ୍ବର୍ଣ୍ଣ, ୧ ରୋପ୍ୟ, ୧ କାଂସ୍ୟ, ସରମିଲ ସାହୁ ୨ ସ୍ବର୍ଣ୍ଣ, ୨ ରୋପ୍ୟ, ୧ କାଂସ୍ୟ। ସେହିପରି କନିଷ୍ଠ ବର୍ଗରେ ହୀନା ପ୍ରୁଷ୍ଟି ୧ ସ୍ବର୍ଣ୍ଣ, ୧ ରୋପ୍ୟ, ୟଶ ଦାସ ୨ ରୋପ୍ୟ, ୨ କାଂସ୍ୟ, ଶ୍ରେଷ୍ଠା ପାଢି ୧ ରୋପ୍ୟ, ୧ କାଂସ୍ୟ, ସାଇ ସମର୍ଥ ଭୋଇ ୧ କାଂସ୍ୟ, ସାଇ ସୃଷ୍ଟି ଭୋଇ ୨ ରୋପ୍ୟ, ଚାନ୍ଦିନୀ ସାହାଣୀ ୨ କାଂସ୍ୟ, ପ୍ରିନ୍ସ ସାହାଣୀ ୧ ସ୍ବର୍ଣ୍ଣ, ୧ ରୋପ୍ୟ, ଆରାଧ୍ୟା ପାଢୀ ୧ ରୋପ୍ୟ,୧ କାଂସ୍ୟ, ରୋନିତ କୁମାର ସାହୁ ୧ ସ୍ବର୍ଣ୍ଣ, ୨ କାଂସ୍ୟ ମୋଟ୍ ୧୫ ଜଣ ପ୍ରତିଯୋଗୀ ୯ ସ୍ୱର୍ଣ୍ଣ - ୧୬ ରୌପ୍ୟ - ୧୬ଟି କାଂସ୍ୟ ପଦକ ହାସଲ କରିଛନ୍ତି।
ପ୍ରତିଯୋଗିତାରେ ରେଫରୀ ଭାବରେ ସମ୍ବଲପୁର କିକ୍ ବକ୍ସିଂ ଆସୋସିଏସନ୍ ସୁବ୍ରତ ପ୍ରଧାନ ଏବଂ ହେମନ୍ତ ତ୍ରିପାଠୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସମ୍ବଲପୁରୀ ଡେରାରେ ଭିତ୍ତିଭୂମିର ଅଭାଵ ସତ୍ବେ ପ୍ରତିଯୋଗିତାରେ ସଫଳତା ପାଇଥିବାରୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆସୋସିଏସନ୍ କୁ ଧନ୍ୟବାଦ ଅର୍ପଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ