
ବଲାଙ୍ଗିର, ୧୦ ମଇ (ହି.ସ.)- ଆଜି ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ପରିସରରେ ଅସିମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ ସଂଗଠନ ବଲାଙ୍ଗିର ଜିଲ୍ଲା କରାଟେ ଓର୍ଗାନାଇଜେସନ ର ସାଧାରଣ ସଂପାଦକ ତଥା ଅନ୍ତର୍ଜାତୀୟ କରାଟେ ମାଷ୍ଟର ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିର ଆସନ୍ତା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି । ଏହି ସମର କ୍ୟାମ୍ପରେ କରାଟେ, ଟାଇକଣ୍ଡୋ, ଅଗ୍ନିବିର ଟ୍ରେନିଂ, ଯୋଗ, ଝିଅମାନଙକ ପାଇଁ ଆତ୍ମରକ୍ଷା କୌଶଳ, ଜୁମ୍ବା, ଲାଠି ଚାଳନା, ନାନଚାକୁ, ଅସ୍ତ୍ରଚାଳନା, ୱେଟ ଲୁଜ ପ୍ରଭୃତି ଟ୍ରେନିଂ ଦିଆଯାଉଥିବା କୋଚ ଅସୀମ କୁମାର ଭୋଇ ପ୍ରକାଶ କରିଛନ୍ତି ।
ଏହି ଶିବିରରେ କିଶୋରୀ ବାଳିକା ଓ ମହିଳାମାନଙ୍କ ପାଇଁ ନିଃଶୁଳ୍କ ଆତ୍ମରକ୍ଷା ପ୍ରଶିକ୍ଷଣର ବ୍ୟବସ୍ଥା ଥିବା ସଂଗଠନ ତରଫରୁ ସୂଚନା ଦିଆଯାଇଛି । ଏଥିରେ ୪ ବର୍ଷରୁ ୫୩ ବର୍ଷ ପର୍ଯ୍ୟନ୍ତ ସମସ୍ତ ମହିଳା ଓ ପୁରୁଷ ପ୍ରଶିକ୍ଷକ ନେଇପାରିବେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ