
ବଲାଙ୍ଗିର, ୧୦ ମଇ (ହି.ସ.)- ବଲାଙ୍ଗିର ଜିଲାର ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଡିଘାଟ ପଞ୍ଚାୟତର କୁଟୁନିଝରନ ଗାଁରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କୁଟୁନିଝରନ ଗାଁର କର ନାଗ (୩୪ ) ଓ ରାଣୀ ସିଲେଟ ଗାଁର ଜନ୍ମୟ ମାଝି (୩୫)।
ସୂଚନା ଅନୁଯାୟୀ, ଦୁହେଁ ଚାର ଫଳ ଗୋଟାଇବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ଏତିକି ବେଳେ ଏକ ଭାଲୁ ଦୁଇ ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକେ ଦୁହିଁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ଗୁରୁତର ହେବାରୁ ସେଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଆହତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ