ଅପରେସନ୍ ସିନ୍ଦୂର ଅବସରରେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ଏନ୍ସିସି କ୍ୟାଡେଟମାନଙ୍କ ଦ୍ଵାରା ବିତର୍କ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ
ଜୟପୁର, ୧୦ ମଇ (ହି.ସ.)- ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ୧୫(o) ବିଏନ ଏନସିସି , ଜୟପୁର ୟୁନିଟ୍ ପକ୍ଷରୁ “ଅପରେସନ୍ ସିନ୍ଦୂର” ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ ଶିକ୍ଷାମୂଳକ ଓ ଦେଶପ୍ରେମ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିତର୍କ ଓ ପୋଷ୍ଟର ପ୍ରତିଯୋଗିତା
ଅପରେସନ୍ ସିନ୍ଦୂର ଅବସରରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଏନ୍ସିସି କ୍ୟାଡେଟମାନଙ୍କ ଦ୍ୱାରା ବିତର୍କ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ


ଜୟପୁର, ୧୦ ମଇ (ହି.ସ.)- ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ୧୫(o) ବିଏନ ଏନସିସି , ଜୟପୁର ୟୁନିଟ୍ ପକ୍ଷରୁ “ଅପରେସନ୍ ସିନ୍ଦୂର” ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ ଶିକ୍ଷାମୂଳକ ଓ ଦେଶପ୍ରେମ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିତର୍କ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟମାନଙ୍କ ମଧ୍ୟରେ ଦେଶପ୍ରେମ, ସାମାଜିକ ସଚେତନତା, ଶୃଙ୍ଖଳା ଓ ନେତୃତ୍ୱ ଗୁଣର ବିକାଶ କରିବା ।ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟକ ଏନ୍ସିସି କ୍ୟାଡେଟ ଓ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ବିତର୍କ ପ୍ରତିଯୋଗିତାରେ ଜାତୀୟ ଏକତା, ନାରୀ ସଶକ୍ତିକରଣ, ସାମାଜିକ ଦାୟିତ୍ୱ ଓ ରାଷ୍ଟ୍ର ଗଠନରେ ଯୁବପିଢିର ଭୂମିକା ଭଳି ବିଷୟ ଉପରେ ଅଲୋଚନା କରାଯାଇଥିଲା । ପ୍ରତିଯୋଗୀମାନେ ନିଜ ମତାମତକୁ ଆତ୍ମବିଶ୍ୱାସର ସହିତ ପ୍ରକାଶ କରିଥିଲେ । ପୋଷ୍ଟର ପ୍ରତିଯୋଗିତାରେ ଦେଶପ୍ରେମ, ଶାନ୍ତି, ସାମାଜିକ ସମ୍ପ୍ରୀତି ଓ “ଅପରେସନ୍ ସିନ୍ଦୂର” ର ଗୁରୁତ୍ୱ ଉପରେ ସୃଜନଶୀଳ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । କ୍ୟାଡେଟମାନେ ନିଜର ସୃଜନାତ୍ମକ ପ୍ରତିଭା ପ୍ରଦର୍ଶନ କରି ସମାଜ ପାଇଁ ସକାରାତ୍ମକ ସନ୍ଦେଶ ପ୍ରେରଣ କରିଥିଲେ । ଏହି କାର୍ଯ୍ୟକ୍ରମ କ୍ୟାପ୍ଟେନ୍ ଡ଼ଃ. ଲକ୍ଷ୍ମଣ ପାତ୍ର, ଆସୋସିଏଟ୍ ଏନ୍ସିସି ଅଫିସର, ବିକ୍ରମ ଦେବ ବିଶ୍ଵବିଦ୍ୟାଳୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ହୋଇଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଏନସିସି ଅଧିକାରୀମାନେ କ୍ୟାଡେଟମାନଙ୍କ ଶୃଙ୍ଖଳା, ସକ୍ରିୟ ଅଂଶଗ୍ରହଣ ଓ ନିଷ୍ଠାକୁ ପ୍ରଶଂସା କରିଥିଲେ । ସେମାନେ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ, ଆତ୍ମବିଶ୍ୱାସ, ଦଳୀୟ କାର୍ଯ୍ୟଦକ୍ଷତା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରେ ।ଶେଷରେ ବିଜେତାମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଯୁବପିଢି ଦେଶର ଏକତା, ସେବା ଓ ଜାତୀୟ ସମ୍ମାନ ରକ୍ଷା ପାଇଁ ଆଗକୁ ଆସିବାକୁ ଆହ୍ୱାନ ଜଣାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande