ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ମାତୃ ଦିବସ ପାଳିତ
ମାଆ କେବଳ ପରିବାରର ଆଧାର ନୁହେଁ, ସୁସଂସ୍କୃତ ସମାଜ ଗଠନର ପ୍ରମୁଖ ଶକ୍ତି ଭୁବନେଶ୍ୱର, ୧୦ ମଇ (ହି.ସ.) : ସମାଜରେ ମାଆଙ୍କ ଅସୀମ ତ୍ୟାଗ, ସ୍ନେହ ଓ ସଂସ୍କାରର ମହତ୍ୱକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବିଶ୍ୱଓଡ଼ିଆ ପରିବାର ପକ୍ଷରୁ ଭୁବନେଶ୍ୱରରେ ଭାବଗମ୍ଭୀର ପରିବେଶରେ “ମାତୃ ଦିବସ” ପାଳନ କରାଯାଇଛି। ସ
ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ମାତୃ ଦିବସ ପାଳିତ


ମାଆ କେବଳ ପରିବାରର ଆଧାର ନୁହେଁ, ସୁସଂସ୍କୃତ ସମାଜ ଗଠନର ପ୍ରମୁଖ ଶକ୍ତି

ଭୁବନେଶ୍ୱର, ୧୦ ମଇ (ହି.ସ.) : ସମାଜରେ ମାଆଙ୍କ ଅସୀମ ତ୍ୟାଗ, ସ୍ନେହ ଓ ସଂସ୍କାରର ମହତ୍ୱକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବିଶ୍ୱଓଡ଼ିଆ ପରିବାର ପକ୍ଷରୁ ଭୁବନେଶ୍ୱରରେ ଭାବଗମ୍ଭୀର ପରିବେଶରେ “ମାତୃ ଦିବସ” ପାଳନ କରାଯାଇଛି। ସମାଜସେବୀ ଡାକ୍ତର ସିକ୍ତା ପତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମାରୋହରେ ମାତୃତ୍ୱର ଗୌରବ ଓ ସମାଜ ଗଠନରେ ମାଆଙ୍କ ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ସଜ୍ଜନ ଶର୍ମା କହିଥିଲେ ଯେ, ମାଆ କେବଳ ପରିବାରର ଆଧାର ନୁହେଁ, ସେ ଏକ ସୁସଂସ୍କୃତ ସମାଜ ଗଠନର ପ୍ରମୁଖ ଶକ୍ତି। ମାଆଙ୍କ ଆଦର୍ଶ, ଶିକ୍ଷା ଓ ସଂସ୍କାର ଜଣେ ସନ୍ତାନଙ୍କୁ ସଫଳ ଓ ଦାୟିତ୍ୱବାନ ନାଗରିକରେ ପରିଣତ କରେ। ଆଜିର ସମୟରେ ପରିବାରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବାରେ ମାଆଙ୍କ ଭୂମିକା ଅପରିସୀମ ବୋଲି ସେ ମତ ପ୍ରକାଶ କରିଥିଲେ।

ଅନୁଷ୍ଠାନରେ ଅତିଥିମାନେ ମାତୃତ୍ୱର ମହାନତା ବିଷୟରେ ନିଜ ମତାମତ ରଖିଥିଲେ। ସେମାନେ କହିଥିଲେ ଯେ, ଜଣେ ମାଆ ସନ୍ତାନଙ୍କ ପ୍ରଥମ ଶିକ୍ଷକ ଓ ପ୍ରଥମ ପ୍ରେରଣା। ତାଙ୍କର ନିଷ୍କାମ ସ୍ନେହ, ତ୍ୟାଗ ଓ ଆଦର୍ଶ ମାନବଜୀବନକୁ ସଠିକ୍ ଦିଗ ଦେଇଥାଏ। ଆଧୁନିକ ସମାଜରେ ବୃଦ୍ଧାଶ୍ରମର ସଂଖ୍ୟା ବୃଦ୍ଧି ପ୍ରତି ଚିନ୍ତା ପ୍ରକାଶ କରି ଅତିଥିମାନେ ଯୁବପିଢ଼ୀଙ୍କୁ ମାତାପିତାଙ୍କ ପ୍ରତି ସମ୍ମାନ, ସେବା ଓ ସମ୍ବେଦନଶୀଳତା ରଖିବାକୁ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ, ସାହିତ୍ୟିକ, ଶିକ୍ଷାବିଦ୍‌, ସଂସ୍କୃତିପ୍ରେମୀ ଓ ବିଶ୍ୱଓଡ଼ିଆ ପରିବାରର ସଦସ୍ୟମାନେ ଯୋଗଦେଇଥିଲେ। କନକଲତା ଭଞ୍ଜ, ସରୋଜିନୀ ବେହେରା, କଳ୍ପନା ମହାପାତ୍ର, ଡାକ୍ତର ପ୍ରୀତିପ୍ରତିଭା ଭୋଳ, ବିଦ୍ୟୁତଲତା ଦେବୀ, ନୟନା ଚାଟାର୍ଜୀ, ନନ୍ଦିନୀ ନାୟକ, ଜଗନ୍ନାଥ ଚାଟାର୍ଜୀ, କୁଳମଣି ରାଉତ, ଡାକ୍ତର ବଂଶୀଧର ଦାଶ, ଅକ୍ଷୟ କୁମାର ସ୍ୱାଇଁ, ଚିନ୍ମୟ ବୋଡ଼େ, ଡାକ୍ତର ସଂଜୀବ ଦୀକ୍ଷିତ ଓ କମାଣ୍ଡର ଦାଶରଥୀ ନନ୍ଦକିଶୋର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande