
ଭୁବନେଶ୍ୱର, 10 ମେ (ହି.ସ.)- ପବିତ୍ର ମାତୃ
ଦିବସରେ ମାତୃଶକ୍ତିକୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ହିଁ ଆମର ସର୍ବୋଚ୍ଚ ଲକ୍ଷ୍ୟ ବୋଲି ସେ
କହିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ମାତୃ ଦିବସ ଅବସରରେ ମୁଁ
ବିଶ୍ୱର ସମସ୍ତ ମାତୃଶକ୍ତିକୁ ମୋର ସଶ୍ରଦ୍ଧ ପ୍ରଣାମ ଜଣାଉଛି। 'ମା’' କେବଳ ଏକ ସମ୍ବୋଧନ ନୁହେଁ, ସେ ହେଉଛନ୍ତି ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଆସନ୍ତୁ, ଆଜିର ଏହି ପବିତ୍ର ଦିବସରେ ଆମର ଜନ୍ମଦାତ୍ରୀ ମା’ ଏବଂ ଜନ୍ମଭୂମି 'ଉତ୍କଳ ଜନନୀ'ଙ୍କ ଗୌରବ ରକ୍ଷା ପାଇଁ ପୁନଃ ସଙ୍କଳ୍ପବଦ୍ଧ ହେବା। ମାତୃଶକ୍ତିର
ସମ୍ମାନ,
ସୁରକ୍ଷା ଓ ସଶକ୍ତିକରଣ ହିଁ ଆମର ସର୍ବୋଚ୍ଚ ଲକ୍ଷ୍ୟ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା