ଶ୍ରୀଜଗନ୍ନାଥ ରସାମୃତ' ପୁସ୍ତକ ଉନ୍ମୋଚିତ
ପୁରୀ, ୧୦ ମଇ (ହି.ସ.)- ପବିତ୍ର ଭଉଁରୀ ଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ବାର ସମ୍ମୁଖରେ ଶ୍ରୀଜଗନ୍ନାଥ ରସାମୃତ'' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀକ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ଯୋତିର୍ବାସ୍ତୁ ଗବେଷଣା ପ୍ରତ
ଶ୍ରୀଜଗନ୍ନାଥ ରସାମୃତ' ପୁସ୍ତକ ଉନ୍ମୋଚିତ.


ପୁରୀ, ୧୦ ମଇ (ହି.ସ.)- ପବିତ୍ର ଭଉଁରୀ ଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ବାର ସମ୍ମୁଖରେ ଶ୍ରୀଜଗନ୍ନାଥ ରସାମୃତ' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀକ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ଯୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ସଂଗୃହିତ ହୋଇଥିବା ଜଗନ୍ନାଥଙ୍କ ସ୍ତୁତିମାନ ରସାମୃତ ପୁସ୍ତକରେ ସ୍ଥାନିତ ହୋଇଛି । ଜଗନ୍ନାଥ ମହିମା ଧର୍ମ ସଂସ୍କୃତି ପ୍ରଚାର ପ୍ରସାର କରିବା ଲକ୍ଷ୍ୟନେଇ ପଣ୍ଡିତ ଦୟାନିଧି ପଣ୍ଡା ଏହି ପୁସ୍ତକରେ ସଂଗୃହିତ କରିଛନ୍ତି। ଏହି ପୁସ୍ତକଟିକୁ ଏ ଏସ୍ ଆଇ ବିଶେଷଜ୍ଞ ଟିମ୍ ର ସଦସ୍ୟ ତଥା ପୂର୍ବତନ ଚିଫ ଇଞ୍ଜିନିୟର ଡଃ. ଏନ୍ ସି ପାଲ, ଶ୍ରୀମନ୍ଦିର ପୁରୋହିତ ଡଃ. ସିଦ୍ଧେଶ୍ୱର ମହାପାତ୍ର, ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର, ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା, ପଣ୍ଡିତ ଦୟାନିଧି ପଣ୍ଡା, ଗଣେଶ୍ଵର ମହାସୁଆର, ଡଃ. ବଳରାମ ଦାଶ, ବିନୋଦ ପଣ୍ଡା ଓ ଜଗନ୍ନାଥଙ୍କ ପୁଜା ପଣ୍ଡା ପତିତପାବନଙ୍କୁ ଅର୍ପଣ କରି ଶୁଭ ଉନ୍ମୋଚନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande