ସ୍ୱର୍ଗଦ୍ୱାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ
ପୁରୀ, ୧୦ ମେ (ହି.ସ.) - ପୁରୀ ସ୍ୱର୍ଗଦ୍ୱାର କେବଳ ହିନ୍ଦୁମାନଙ୍କ ଅନ୍ତେଷ୍ଟି କ୍ରୀୟା ପାଇଁ ଉଦ୍ଦିଷ୍ଟ ବୋଲି ଏକ ସୂଚନା ଫଳକ ଲଗାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ଉତ୍କଳ ବିଦ୍ୱତ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ପୁରୀ ସ୍ୱର୍ଗଦ୍ୱାର କେବଳ ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ । ବିଶ୍ୱର କୋଣ ଅନୁକୋଣର
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ


ପୁରୀ, ୧୦ ମେ (ହି.ସ.) - ପୁରୀ ସ୍ୱର୍ଗଦ୍ୱାର କେବଳ ହିନ୍ଦୁମାନଙ୍କ ଅନ୍ତେଷ୍ଟି କ୍ରୀୟା ପାଇଁ ଉଦ୍ଦିଷ୍ଟ ବୋଲି ଏକ ସୂଚନା ଫଳକ ଲଗାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ଉତ୍କଳ ବିଦ୍ୱତ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ପୁରୀ ସ୍ୱର୍ଗଦ୍ୱାର କେବଳ ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ । ବିଶ୍ୱର କୋଣ ଅନୁକୋଣରୁ ହିନ୍ଦୁମାନଙ୍କ ମର ଶରୀର ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ଆସୁଛନ୍ତି । ସ୍ୱର୍ଗଦ୍ୱାରରେ ଶବ ଦାହ କଲେ ମର ଶରୀର ସ୍ୱର୍ଗକୁ ଯାଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରାଚୀନ କାଳରୁ ଏହି ପରମ୍ପରା ଓ ଧର୍ମ ବିଶ୍ୱାସ ରହିଛି । ସ୍ୱର୍ଗଦ୍ୱାର ମର୍ଯ୍ୟାଦା ଓ ପବିତ୍ରତା ରକ୍ଷାକରିବା ପାଇଁ ଏହି ସାଇନବୋର୍ଡ ଲଗାଇବା ପାଇଁ ଉତ୍କଳ ବିଦ୍ୱତ ପରିଷଦ ସଭାପତି ମନୋଜ କୁମାର ରଥ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande