
କେନ୍ଦ୍ରାପଡା, ୧୦ ମଇ (ହି.ସ.)- ରବିବାର ଦିନ ଆଳି ସେବାକେନ୍ଦ୍ର ଆନୁକୁଲ୍ୟରେ ଅରଗଳ ସ୍ଥିତ ମାତୃ ଭବନରେ ପବିତ୍ର ମାତୃ ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବି. ଜେ.ପି ନାରୀନେତ୍ରୀ ଆଶାଲତା ଥାଟୋଇ ଏବଂ ସମ୍ମାନିତ ଅତିଥି ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କ୍ଷେତ୍ରବାସୀ ଥାଟୋଇ ଯୋଗଦାନ କରିଥିଲେ। ବ୍ରହ୍ମା କୁମାରୀ ସ୍ଵର୍ଣ୍ଣ ମା ସୁଖୀ ପରିବାରର ଆଧାରଶୀଳା ବିଷୟ ଉପରେ ନିଜର ଓଜୋଶ୍ଵିନି ବକ୍ତବ୍ୟ ପ୍ରଦାନ କରିଥିଲେ। ବ୍ରହ୍ମା କୁମାରୀ ପ୍ରଗତିକା ଚିର ନମସ୍ୟା ନାରୀ ଉପରେ ଏକ କବିତା ଆବୃତ୍ତି କରିଥିଲେ। ବ୍ରହ୍ମା କୁମାର ନିରାକାର ଉପସ୍ଥିତ ସଭାକୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବ୍ରହ୍ମା କୁମାରୀ ଅଚିସ୍ମିତା ମଞ୍ଚ ପରିଚାଳନା କରିଥିଲେ। ଅରଗଳ ଗ୍ରାମ ପଞ୍ଚାୟତର ଶତାଧିକ ମାଆମାନଙ୍କର ସକାରାତ୍ମକ ଉପସ୍ଥିତି ଏବଂ ଆଶ୍ରମର ଭାଇ ଭଉଣୀମାନଙ୍କ ନିଃସ୍ଵାର୍ଥ ସେବା ଭାବ ହିଁ ସଭାର ଶୋଭାକୁ ଦ୍ୱିଗୁଣିତ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ରବି