
ପୁରୀ, ୧୧ ମଇ (ହି.ସ.)- ଚନ୍ଦନପୁର ଥାନା ଅନ୍ତର୍ଗତ ତିଆଡିସାହି ଜୈନିକ ବ୍ଯକ୍ତିଙ୍କ ଘର ପଛପଟୁ ୨ ହଜାର ଲିଟର ପୋଚ ଓ ୨୦ ଲିଟର ଦେଶୀମଦ ଓ ୧ଟି ହଣ୍ଡା ପୋଲିସ ଜବତ କରିଛି । ପୋଲିସକୁ ଦେଖି ପୋଚ ତିଆରେ କରିବା ବ୍ଯକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ନିର୍ଭରଯୋଗ୍ଯ ସୂତ୍ରରୁ ଖବର ପାଇ ଚନ୍ଦନପୁର ଥାନା ପୋଲିସ ଘଟଣାସ୍ଥଳକୁ ଯାଇଥିଲା । ଏ ସମ୍ପର୍କରେ ଚନ୍ଦନପୁର ଥାନାରେ ୧୧୪/୨୬ ରେ ମାମଲା ରୁଜୁ ହୋଇଛି । ଓଡ଼ିଶା ଏକସାଇଜ ଆକ୍ଟ ଓ ବିଏନଏସ ଧାରାରେ ମାମଲା ରୁଜୁ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ