ମାଲକାନଗିରି ଜାତୀୟ ରାଜପଥରେ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ
ମାଲକାନଗିରି, ୧୧ ମଇ (ହି.ସ.)- ଆଜି ସକାଳ ୭ଟା ସମୟରେ ମାଲକାନଗିରି -ମାଥିଲି ୩୨୬ନମ୍ବର ଜାତୀୟ ରାଜପଥର ବନ୍ଧଗୁଡା ନିକଟରେ ରାଜ୍ୟ ପରିବହନ ନିଗମର ଭଞ୍ଜନଗରରୁ କାଲିମେଳା ଆସୁଥିବା ବସ ସହ ଧକ୍କା ହେଲା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଗାଡି ।ଦୁର୍ଘଟଣାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ତା
ମାଲକାନଗିରି  ଜାତୀୟ ରାଜପଥ ରେ ଦୁର୍ଘଟଣା ।  ଅଳ୍ପକେ ବର୍ତିଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ।


ମାଲକାନଗିରି, ୧୧ ମଇ (ହି.ସ.)- ଆଜି ସକାଳ ୭ଟା ସମୟରେ ମାଲକାନଗିରି -ମାଥିଲି ୩୨୬ନମ୍ବର ଜାତୀୟ ରାଜପଥର ବନ୍ଧଗୁଡା ନିକଟରେ ରାଜ୍ୟ ପରିବହନ ନିଗମର ଭଞ୍ଜନଗରରୁ କାଲିମେଳା ଆସୁଥିବା ବସ ସହ ଧକ୍କା ହେଲା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଗାଡି ।ଦୁର୍ଘଟଣାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି ।

କୃଷି ଅଧିକାରୀ ମାଥିଲି ବ୍ଲକରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗ ଦେବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ବସ ରେ ବସିଥିବା କର୍ମଚାରୀ ଓ ଯାତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଦୁଇ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande