


ସମ୍ବଲପୁର , ୧୧, ମେ (ହି.ସ.) ରାଜ୍ୟର ସମସ୍ତ ଥାନା ଅଞ୍ଚଳରେ ଅପରାଧୀକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ନିୟମିତ ବ୍ରିଫି କରିବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ସମ୍ବଲପୁର ସହରର ବିଭିନ୍ନ ଥାନାରେ ପୋଲିସ ବ୍ରିଫି କରୁଥିବା ଦେଖାଯାଇଛି । ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ନିଜର ଉପସ୍ଥିତ ଦର୍ଶାଇବା ସହ ଥାନା ଅଧିନସ୍ଥ ଅଞ୍ଚଳର ପୁରୁଣା ଓ୍ବାରେଣ୍ଟିଙ୍କୁ ଗିରଫ କରିବା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ମର୍ମରେ ଆଜି ଟାଉନଥାନା, ଧନୁପାଲି ଥାନା ଓ ଅଇଁଠାପାଲି ଥାନା ସହ ଜିଲ୍ଲାର ଅନ୍ୟାନ୍ୟ ଥାନା ଗୁଡିକରେ ବ୍ରିଫିଙ୍ଗ୍ କରାଯାଇଥିବା ଦେଖାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ