ଚିତ୍ରକାରିଣୀ ମନ୍ଦିରରୁ ଚୋରି
ଭୁବନେଶ୍ୱର, ୧୧ ମଇ (ହି.ସ.) - ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖ ଚିତ୍ରକାରିଣୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ମନ୍ଦିରରେ ପଶି ଚୋରି କରିଥିବା ଜଣାପଡିଛି। ମନ୍ଦିରରୁ ୩ଟି ହାର, ୩ଟି ମଙ୍ଗଳସୁତ୍ର, ସୁନା ଗଳା ମାଳ, ମାଆଙ୍କ ପ୍ରତିମୂର୍ତି ଇତ୍ୟାଦ
ଚିତ୍ରକାରିଣୀ ମନ୍ଦିରରୁ ଚୋରି


ଭୁବନେଶ୍ୱର, ୧୧ ମଇ (ହି.ସ.) - ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖ ଚିତ୍ରକାରିଣୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ମନ୍ଦିରରେ ପଶି ଚୋରି କରିଥିବା ଜଣାପଡିଛି। ମନ୍ଦିରରୁ ୩ଟି ହାର, ୩ଟି ମଙ୍ଗଳସୁତ୍ର, ସୁନା ଗଳା ମାଳ, ମାଆଙ୍କ ପ୍ରତିମୂର୍ତି ଇତ୍ୟାଦି ଚୋରି ହୋଇଥିବା ନେଇ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande