ବିଧାୟକ ହାତ ପାଣ୍ଠିରୁ ଶତପ୍ରତିଶତ ଖର୍ଚ୍ଚ କରି ରେକର୍ଡ କରି ଚର୍ଚ୍ଚାରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର
ଭଦ୍ରକ, ୧୧ ମଇ (ହି.ସ.) - ଗତ ୨୦୨୪-୨୫ ଆର୍ôଥକ ବର୍ଷରେ ଭଦ୍ରକ ଜିଲ୍ଲାର ୫ ଜଣ ବିଧାୟକଙ୍କ ମଧ୍ୟରେ ପ୍ରଥମଥର ପାଇଁ ରାଜନୀତିରେ ପାଦ ଥାପିଥିବା ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ତାଙ୍କ ହାତ ପାଣ୍ଠିରୁ ଶତପ୍ରତିଶତ ବିନିଯୋଗ କରି ରେକର୍ଡ କରିଛନ୍ତି। ତଥା
BIDHAYAK HATA PANTHI - MLA SITANSHU


ଭଦ୍ରକ, ୧୧ ମଇ (ହି.ସ.) - ଗତ ୨୦୨୪-୨୫ ଆର୍ôଥକ ବର୍ଷରେ ଭଦ୍ରକ ଜିଲ୍ଲାର ୫ ଜଣ ବିଧାୟକଙ୍କ ମଧ୍ୟରେ ପ୍ରଥମଥର ପାଇଁ ରାଜନୀତିରେ ପାଦ ଥାପିଥିବା ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ତାଙ୍କ ହାତ ପାଣ୍ଠିରୁ ଶତପ୍ରତିଶତ ବିନିଯୋଗ କରି ରେକର୍ଡ କରିଛନ୍ତି। ତଥାପି ଏକ ନିର୍ଦ୍ଦିଷ୍ଟ ଆର୍ôଥକ ବର୍ଷ ଲାଗି ମଞ୍ଜୁର ଅର୍ଥକୁ ବିଧାୟକଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀର ବିକାଶରେ ବିନିଯୋଗ କରାଯାଇ ଥାଏ, ଯଥା:-– ଶିକ୍ଷାନୁଷ୍ଠାନ ଓ ରାସ୍ତା-ଘାଟରବିକାଶ ଓ ଉନ୍ନତିକରଣ ତଥା କମ୍ୟୁନିଟି ସୁବିଧା- ସୁଯୋଗ କ୍ଷେତ୍ରରେ ସାଧାରଣତଃ ବିନିଯୋଗ ହୋଇଥାଏ। ଯଦିବା ସାଂସଦଙ୍କ ହାତପାଣ୍ଠି ଭଳି ବିଧାୟକ ମାନଙ୍କ ହାତ ପାଣ୍ଠିର ଅର୍ଥ ଫେରିଯିବାର ବ୍ୟବସ୍ଥା ନାହିଁ। ତେବେ ନିର୍ବାଚନ ମଣ୍ଡି ଳୀର ବିକାଶ କ୍ଷେତ୍ରରେ ବିଧାୟକ ପାଣ୍ଠି ବିନିଯୋଗ ନ ହେବା କେଉଁଠି ନା କେଉଁଠି ନିର୍ବାଚନ ମଣ୍ଡଳୀର ବିକାଶ ଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ। ଆଉମଧ୍ୟ ଯେ କୌଣସି ବିଧାନସଭା ମଣ୍ଡଳୀର ବିଧାୟକଙ୍କ ହାତପାଣ୍ଠି ନିର୍ଦ୍ଦିଷ୍ଟ ସମୟର ସୀମା ମଧ୍ୟରେ ବିନିଯୋଗ ହୋଇ ନ ପାରିବା ସମ୍ପୃକ୍ତ ବିଧାନସଭା ମଣ୍ଡଳୀର ଆଞ୍ଚଳିକ ବିକାଶ ଧାରାକୁ ଅଣଦେଖା କରିବା ପରି ମନେହୁଏ। ତେବେ, ଏ କ୍ଷେତ୍ରରେ ବିଧାୟକଙ୍କ ହାତ ପାଣ୍ଠି ନିର୍ବାଚନ ମଣ୍ଡଳିର ବିକାଶ ପାଇଁ ଖର୍ଚ୍ଚ କରିବା କ୍ଷେତ୍ରରେ ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର ଶତ ପ୍ରତିଶତ ଖର୍ଚ୍ଚ କରି ୧ନମ୍ବରରେ ରହିଥିବା ବେଳେ ବାସୁଦେବପୁର ବିଧାୟକ ଅଶୋକ ଦାସ ନିଜ ହାତ ପାଣ୍ଠିରୁ ୯୨ % ଅର୍ଥ ବିନିଯୋଗ କରି ୨ୟ ରେ ରହିଛନ୍ତି। ସେହିପରି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ନିଜ ହାତ ପାଣ୍ଠିରୁ ୭୨% ଟଙ୍କା ବିନିଯୋଗ କରି ୩ୟ ସ୍ଥାନରେ ରହିଛନ୍ତି । ସେହିପରି ଚାନ୍ଦବାଲି ବିଧାୟକବ୍ୟୋମୋକେଶ ରାୟ ଲଗାତାର ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ଗତ ୨୦୨୪/୨୫ ଆର୍ôଥକ ବର୍ଷରେ ଏହି ନିର୍ବାଚନ ମଣ୍ଡଳୀକୁ ମିଳିଥିବା ବିଧାୟକ ପାଣ୍ଠି ୩କୋଟି ଟଙ୍କାରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନଥିବା ବେଳେ ଚଳିତ ବର୍ଷ ନିର୍ବାଚନ ମଣ୍ଡଳୀର ବିକାଶ ଲାଗି ୧୫ ଲକ୍ଷ ୮୬ ହଜାର ଟଙ୍କାରେ ୮ଟି ପ୍ରକଳ୍ପ ପାଇଁ ଅନୁମୋଦନ ଲାଭ କରିଥିଲେ ମଧ୍ୟ କୌଣସି ଗୋଟିଏ ବି ପ୍ରକଳ୍ପ ସଂପୂର୍ଣ ହୋଇ ପାରି ନାହିଁ । ଅପରପକ୍ଷେ ବିଧାୟକ ହାତପାଣ୍ଠି ଟଙ୍କାରୁ ମଧ୍ୟ ଆଦୌ ଖର୍ଚ୍ଚ ହୋଇନଥିବା ଆଲୋଚନା ହେଉଛି। ସେହି ଭଳି ୨୦୨୪/୨୫ ଆର୍ôଥକ ବର୍ଷରେ ନିର୍ବାଚନ ମଣ୍ଡଳୀ ଲାଗି ୫କୋଟି ଟଙ୍କା ମଞ୍ଜୁର ହେଉଥିବା ସତ୍ୱେ ମାତ୍ର ୫ଲକ୍ଷର ଗୋଟିଏ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି । ଯାହାର କାର୍ଯ୍ୟ ଆରମ୍ଭ ହୋଇନାହିଁ କିମ୍ବା ହାତ ପାଣ୍ଠିରୁ ଆଦୌ ଟଙ୍କା ଖର୍ଚ୍ଚ ହୋଇ ନାହିଁ। ଗତ ୨୦୨୪/୨୫ ଆର୍ôଥକ ବର୍ଷରେ ଏହି ଆକ ବର୍ଷରେ ୧୦ ଲକ୍ଷ ଟଙ୍କାର ୨ ଗୋଟି ପ୍ରକଳ୍ପ ଅନୁମୋଦନ ଲାଭ କରିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande