
ଭୁବନେଶ୍ୱର, ୧୧ ମଇ (ହି.ସ.) - ରାଜ୍ୟସଭା ନିର୍ବାଚନ ଭୋଟିଂ ବେଳେ ଅନିୟମିତତା ନେଇ ବିଜେଡି ଟିମ୍ ସିଇଓଙ୍କୁ ଭେଟିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଏହା ବିଜେଡିର ମୁର୍ଖତା। ଭୋଟିଂ ସମୟରେ ବିଜେପିର ୨ ଜଣ ବିଧାୟକଙ୍କର ଭୋଟିଂ ବାଲାଟ୍ ରେ ତ୍ରୁଟି ହୋଇଥିଲା। ସେମାନଙ୍କ ଅଭିଯୋଗ ସମୟରେ ଆମେ ତାଙ୍କୁ ସ୍ପଷ୍ଟ କରିଥିଲୁ। ଅନ୍ୟ ରାଜ୍ୟରେ ମଧ୍ୟ ଏମିତି ହୋଇଥିବା ଉଦାହରଣ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା