
ଭୁବନେଶ୍ୱର, ୧୧ ମଇ (ହି.ସ.) - କର୍ପୋରେଟର ଅରବିନ୍ଦ ଜେନା ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଅରବିନ୍ଦ ଜେନା ହେଉଛନ୍ତି ସିଏମସସି ୫୩ନଂ ୱାର୍ଡ ର ବିଜେଡି କର୍ପୋରେଟର । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ନେଇ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ବିଜ୍ଞପ୍ତିରେ ଜଣାଇଛନ୍ତି। ଅରବିନ୍ଦ ବିଜେଡିର ନିଲମ୍ବିତ ନେତା ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଘନିଷ୍ଠ ସହଯୋଗୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା