ରାଜ୍ୟସଭା ନିର୍ବାଚନରେ ଅନିୟମିତତା ନେଇ ସିଇଓଙ୍କୁ ଭେଟିଲା ବିଜେଡି
ଭୁବନେଶ୍ୱର, ୧୧ ମଇ (ହି.ସ.) - ରାଜ୍ୟସଭା ନିର୍ବାଚନରେ ଦୁଇ ବିଜେପି ବିଧାୟକଙ୍କୁ ବେଆଇନ ଭାବେ ଦ୍ୱିତୀୟ ବାଲାଟ୍ ପ୍ରଦାନ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ସୋମବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। । ନିର୍ବାଚନ ସମୟରେ ବିଜ
bjd


ଭୁବନେଶ୍ୱର, ୧୧ ମଇ (ହି.ସ.) - ରାଜ୍ୟସଭା ନିର୍ବାଚନରେ ଦୁଇ ବିଜେପି ବିଧାୟକଙ୍କୁ ବେଆଇନ ଭାବେ ଦ୍ୱିତୀୟ ବାଲାଟ୍ ପ୍ରଦାନ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ସୋମବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ।

ନିର୍ବାଚନ ସମୟରେ ବିଜେପି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲାଟ୍ ପ୍ରଦାନ କରିବା ସମ୍ପୂର୍ଣ୍ଣ ଅବୈଧ ବୋଲି ବିଜେଡି ଅଭିଯୋଗ କରିଛି। ଏଦିଗରେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ଦଳର ପ୍ରତିନିଧିମଣ୍ଡଳୀ ଦାବି କରିଛନ୍ତି।

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ରାଜ୍ୟସଭା ନିର୍ବାଚନ ପୋଲିଂ ଏଜେଂଟ ଶ୍ରୀ ପ୍ରତାପ ଦେବ, ବିରୋଧୀ ଦଳ ଉପମୁଖ୍ୟ ସଚେତକ ଏବଂ ଦଳର ଅଧିକୃତ ଏଜେଂଟ ଡ଼ ଅରୁଣ କୁମାର ସାହୁ. ବିଧାୟକ ଏବଂ କାଉଂଟିଂ ଏଜେଂଟ ଡ଼ ସସ୍ମିତ ପାତ୍ର: ସାଂସଦ ଏବଂ କାଉଂଟିଂ ଏଜେଂଟ (ମାମଲାର ଆବେଦକ) ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।

ସୂଚନାଯୋଗ୍ୟ ଯେ ଗତ ୨୮ ଏପ୍ରିଲରେ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଅବୈଧ ଭାବେ ଦ୍ୱିତୀୟ ବାଲାଟ ପେପର ଦିଆଯିବାକୁ ନେଇ ବିଜେଡି ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲା । ଭାରତ ନିର୍ବାଚନ ଆୟୋଗର ଅଣ୍ଡର ସେକ୍ରେଟାରୀ ରାଜେନ୍ଦ୍ର କୁମାର ସିଂହ ୨୯ ଏପ୍ରିଲରେ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ପତ୍ର ଲେଖି, ବିଜେଡି ପ୍ରତିନିଧି ଦଳ ସହିତ ଏହି ବିଷୟରେ ତ୍ୱରିତ ଆଲୋଚନା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande