
ଭୁବନେଶ୍ୱର, ୧୧ ମଇ (ହି.ସ.) - ଚିଲିକା ନିର୍ବାଚନ ମଣ୍ଡଳୀ ନ୍ତର୍ଗତ ଦେଓଗାଁ ପଂଚାୟତର ଆଗଧାଡ଼ିର ବିଜେଡି ନେତା ସୁକାନ୍ତ ବିଶୋଇ ଓ ପର୍ଶୁରାମ ପ୍ରଧାନ ବିଜୁ ଜନତା ଦଳ ପରିତ୍ୟାଗ କରି ସୋମବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭୁବନେଶ୍ୱର ସ୍ଥିତ ବାସସଭବନରେ ମନ୍ତ୍ରୀଙ୍କ ଉପସି୍ଥତିରେ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦୂରଦର୍ଶୀ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉଭୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ୱାଗତ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା