ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଂସଦଙ୍କୁ ସମ୍ବର୍ଦ୍ଧନା
ଜୟପୁର,୧୧ ମେ (ହି.ସ.) - ଜିଲ୍ଲା ଓକିଲ ସଂଘ ପକ୍ଷରୁ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘ କାର୍ଯ୍ୟଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ପି.ରମେଶ ପାତ୍ର, ସଭାପତି ବିଜି ରାୟ ଜେନାଦେଓ, ଉପସଭାପତି ଶରତ ମା
ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଂସଦଙ୍କୁ ସମ୍ବର୍ଦ୍ଧନା


ଜୟପୁର,୧୧ ମେ (ହି.ସ.) - ଜିଲ୍ଲା ଓକିଲ ସଂଘ ପକ୍ଷରୁ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘ କାର୍ଯ୍ୟଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ପି.ରମେଶ ପାତ୍ର, ସଭାପତି ବିଜି ରାୟ ଜେନାଦେଓ, ଉପସଭାପତି ଶରତ ମାଝୀ, ସଂପାଦକ ସହଦେବ ପଟ୍ଟନାୟକ, କୋଷାଧ୍ୟକ୍ଷ ଭି.ରାମାନୁଜ ପ୍ରସାଦ ପ୍ରମୁଖ ସାଂସଦଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକୁଙ୍କୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଗତ ଦିନରେ ଜୟପୁର ପାଇଁ ହୋଇଥିବା ହାଇକୋର୍ଟ ବେଂଚ ପ୍ରତିଷ୍ଠା ଆନେ୍ଦାଳନରେ ମାନ୍ୟବର ସାଂସଦ ଯେଉଁ ଉଦ୍ୟମ ରଖିଥିଲେ ସେ ସଂପର୍କରେ ସଭାପତି ଜେନାଦେଓ କହିବା ସହ ଆଗାମୀ ଦିନରେ ଓକିଲଙ୍କ ସ୍ୱାର୍ଥ ପାଇଁ ଲୋକସଭାରେ ମତ ରଖିବାକୁ ଅନୁରୋଧ କରିଥିବା ବେଳେ ରାଜ୍ୟ ସଭ୍ୟ ପାତ୍ର ଜିଲ୍ଲା ଓକିଲ ସଂଘ ନବ ନିର୍ମିତ କାର୍ଯ୍ୟାଳୟ ପାଇଁ ସାଂସଦ ପାଣ୍ଠି ପ୍ରଦାନ ନିମିତ ଅନୁରୋଧ ରଖିଥିଲେ । ଏହି ଅବସରରେ ସାଂସଦ କହିଥିଲେ ଯେ, ଜୟପୁର ପାଇଁ ସେ ସବୁବେଳେ ଉଦ୍ୟମ ରତ । ଜୟପୁର ଠାରୁ କିଭଳି ଦିନ ବେଳା ଭୁବନେଶ୍ୱର ଟ୍ରେନ୍ ଚାଲିବ ସେ ଦାବି ବାରମ୍ବାର ରଖୁଥିବା ବେଳେ ଭୁବନେଶ୍ୱର-ବିଶାଖପାଟଣା ବନେ୍ଦ ଭାରତ ଟ୍ରେନ୍ କିଭଳି ଆରାକୁ ଦେଇ କୋରାପୁଟ ଯାଏଁ ସଂପ୍ରସାରିତ ହେବ ସେ ସଂପର୍କରେ ସଂସଦରେ ଦାବି ରଖିଛନ୍ତି । ଆଗାମୀ ଦିନରେ ଜୟପୁର ବୀମାନଘାଟି ସଂପ୍ରସାରଣ, ମାଲକାନଗିରି-ନବରଙ୍ଗପୁର ଜିଲ୍ଳାର ରେଳପଥ ଉପରେ ଅଧିକ ଧ୍ୟାନ ଦେଇ ଜୟପୁରର ବିକାଶ ପାଇଁ ଉଦ୍ୟମ କରିବେ ବୋଲି କହିବା ସହ ଓକିଲ ସଂଘ ପାଇଁ ଯାହା ଆବଶ୍ୟକ ସେ ନିଶ୍ଚିତ ପ୍ରସ୍ତାବ ଆସିଲେ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ସାଂସଦ ଜିଲ୍ଲା ଓକିଲ ସଂଘର ନବ ନିର୍ମିତ କାର୍ଯ୍ୟାଳୟ ବୁଲି ଦେଖିବା ସହ ଆନୁଷାଙ୍ଗିକ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସଂପାଦକ ଭୋଳା ପଟ୍ଟନାୟକ, ସଭ୍ୟ ତାରିଣୀ ପାଣିଗ୍ରାହୀ, ଦାଶରଥି ପଟ୍ଟନାୟକ, ସୁବାଷ ପଣ୍ଡା, ଲାଲ ମୋହନ୍ ଷଡ଼ଙ୍ଗୀ, ରାଜେନ୍ଦ୍ର କୁମାର ଗୌଡ଼, ଅରୁଣ ପଣ୍ଡା, ନଳୀନି ରଥ, ରେଖା ବାଇ, ସୁରେଶ ପଟ୍ଟନାୟକ, ବିଭୁତି ମହାପାତ୍ର, ଶିଶିର ମିଶ୍ର, ଆରତୀ ମହାନ୍ତି, ନାନଜୀ ଆଚାରି ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଯୋଗ୍ୟ ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାର ମାନ୍ୟବର ସାଂସଦ ଏବଂ ବିଧାୟକ ମାନଙ୍କ ସଂପୃକ୍ତି ରହିଥିବା ବିଭିନ୍ନ ମାମଲାର ବିଚାରଣା ପାଇଁ ଜୟପୁର ଜେଏମ୍ଏଫ୍ସିଙ୍କ କୋର୍ଟକୁ କ୍ଷମତା ପ୍ରଦାନ କରାଯାଇଛି । ଏହି କ୍ରମରେ ବିଷମକଟକର ଏକ ରାସ୍ତାରୋକ ମାମଲାରେ ସାଂସଦଙ୍କ ନାମ ରହିଥିବାରୁ ଉକ୍ତ ମାମଲାର ବିଚାର ଜୟପୁର ଜେଏମ୍ଏଫ୍ସି ହରମୋହନ ଦାଶଙ୍କ କୋର୍ଟରେ ଚାଲୁଥିବାରୁ ସାଂସଦ ଉଲ୍ଲାକା ଆଜି ଏଥିରେ ହାଜିର ହୋଇ ବେଲ୍ରେ ଯିବାର କାର୍ଯ୍ୟକ୍ରମ ରହିଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande