
ଜୟପୁର, ୧୧ ମଇ(ହି.ସ.) – ରାଜ୍ୟ ସ୍ତରୀୟ ୭ମ ୱାକୋ ଆମଚର କିକ୍ ବକ୍ସିଂ ପ୍ରତିଯୋଗିତା ଗଞ୍ଜାମ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲାର ୨୪ ଜଣ ପ୍ରତିଯୋଗି ଭାଗ ନେଇ ବିଭିନ୍ନ ସ୍ତରର ପ୍ରତିଯୋଗିତାରେ ୮ଟି ସ୍ୱର୍ଣ୍ଣ, ୯ଟି ରୌପ ଏବଂ ୧୬ଟି ବ୍ରୋଞ୍ଜ ସହିତ ସମୁଦାୟ ୩୩ ଟି ପଦକ ପ୍ରାପ୍ତ କରିଛନ୍ତି । ସେହିପରି ଜଣେ ମାତ୍ର ଖେଳାଳି ଭାବେ କନିଷ୍ଠ ବାଳିକା ବିଭାଗରେ କେ.ନମ୍ରତା ଏଥିରେ ଭାଗ ନେଇ ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଓ ବିଭିନ୍ନ ଶ୍ରେଣୀ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ବିଜେତାମାନେ ହେଲେ ଅମିତ ନାୟକ, ରଞ୍ଜିତ ତୋଡାଇ, ସଞ୍ଜିବ ହରିଜନ, ଦେବାଶିଷ ପାତ୍ର, ସିଦ୍ଧାନ୍ତ ମହାନନ୍ଦିଆ, ବିଜୟ କୁମାର ସାହୁ ଏବଂ କନିଷ୍ଠ ବର୍ଗରେ ସେକ ଆର୍ଶାଦ ୨ ଟି ସ୍ୱର୍ଣ୍ଣ ପାଇଛନ୍ତି। ଏଥିରେ ଜିଲ୍ଲାର କୋଚ ଭାବେ ସୟଦ ହବିବୁର ରେହେମାନ ଯୋଗ ଦେଇଥିଲେ। ଗତ ୬ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ଗଞ୍ଜାମ ଜିଲ୍ଲା କିକ୍ ବକ୍ସିଂ ମହାସଂଘ ପକ୍ଷରୁ ଗଞ୍ଜାମ ସ୍ଥିତ ବିଜୁ ପଟ୍ଟନାୟକ ମଲ୍ଟି ପରପୋଜ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ସଂଗଠନ ଓ ସଂସ୍ଥା ପକ୍ଷରୁ ଜିଲ୍ଲାର ସଫଳତାକୁ ନେଇ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି