ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଚନ୍ଦନଯାତ୍ରା ଉଦଯାପିତ, ଅନ୍ଧାରରେ ଚାପ ଖେଳିଲେ ଚଳନ୍ତି ପ୍ରତିମା
କେନ୍ଦ୍ରାପଡ଼ା, ୧୧ ମଇ(ହି.ସ.) – କେନ୍ଦ୍ରାପଡ଼ାର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ୨୧ ଦିନ ବ୍ୟାପି ଚନ୍ଦନଯାତ୍ରା ଉଦଯାପିତ ହୋଇଯାଇଛି। ପରମ୍ପରା ଅନୁଯାଇ କେନ୍ଦ୍ରାପଡ଼ାରେ ୪୨ ଦିନ ବ୍ୟାପି ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ୨୧ ଦିନ ବାହାର ଚନ୍ଦନଯାତ୍ରା ଓ ପରବର୍ତୀ ୨୧ ଦିନ ଭିତର ଚନ୍ଦନଯ
ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଚନ୍ଦନଯାତ୍ରା ଉଦଯାପିତ,


କେନ୍ଦ୍ରାପଡ଼ା, ୧୧ ମଇ(ହି.ସ.) – କେନ୍ଦ୍ରାପଡ଼ାର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ୨୧ ଦିନ ବ୍ୟାପି ଚନ୍ଦନଯାତ୍ରା ଉଦଯାପିତ ହୋଇଯାଇଛି। ପରମ୍ପରା ଅନୁଯାଇ କେନ୍ଦ୍ରାପଡ଼ାରେ ୪୨ ଦିନ ବ୍ୟାପି ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ୨୧ ଦିନ ବାହାର ଚନ୍ଦନଯାତ୍ରା ଓ ପରବର୍ତୀ ୨୧ ଦିନ ଭିତର ଚନ୍ଦନଯାତ୍ରା ପାଳନ କରା ଯାଇଥାଏ। ଉଦଯାପନ କାର୍ଯ୍ୟକ୍ରମ ଉପଲକ୍ଷେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ୨୨ ପାହାଚ ତଳେ ସ୍ୱତନ୍ତ୍ର ପୂଜା ବିଧାନ ସହ ପଟୁଆର ଭୋଗ ଅପର୍ଣ କରାଯାଇ ଥିଲା। ପରେ ବାଟ ଦେଉଳରେ ଥିବା ମହାବୀର ହନୁମାଜୀଉଙ୍କ ପାଖରେ ପୂଜା ମାର୍ଜନା ପୂର୍ବକ ଶସ୍ତ୍ର ପୂଜା ଅନୁଷ୍ଠିତ ହେବା ପରେ ଚନ୍ଦନ ପୋକରୀ ଅଭିମୁଖେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସେବାୟତ ମାନଙ୍କ ପକ୍ଷରୁ ବାଜା, ବାଣ ରୋସଣୀ ସହ ବନାଟି ଖେଳ ଓ ଶସ୍ତ୍ର ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଚନ୍ଦନ ପୋଖରୀ ନିକଟରେ ପହଁଚିବା ପରେ ଶ୍ରୀଜୀଉଙ୍କୁ ନନ୍ଦା ଓ ଭଦ୍ରା ଯୋଡା ହୋଇଥିବା ୨ଟି ନୈାକାରେ ସ୍ଥାପନ କରାଯାଇ ୨୧ଥର ଚନ୍ଦନ ପୋଖରୀରେ ପରିକ୍ରମା କରାଯାଇ ଥିଲା। ପରେ ପରେ ପରମ୍ପରା ଅନୁଯାଇ କେଳି କାକରା ଓ ପଣା ଭୋଗ କରାଯାଇ ବଣ୍ଟନ କରା ଯାଇଥିଲା। କିଛି ସମୟ ବିଶ୍ରାମ ପରେ ଶ୍ରୀଜୀଉଙ୍କ ବିମାନ ମୁଖ୍ୟ ମନ୍ଦିରକୁ ଫେରି ଆସିବା ପରେ ମନ୍ଦିର ରେ ଅନ୍ୟ ନୀତି କାନ୍ତି କରାଯାଇ ପ୍ରାୟ ରାତି ୨ଟା ସୁଦ୍ଧା ବଡସିଂହାର ହୋଇଥିଲା ବୋଲି ଜଣାପଡିଛି। ତେବେ ଏତେ ବଡ ଯାତ୍ରା ସଂପୂର୍ଣ୍ଣ ଅନ୍ଧାର ରେ ପରିଚାଳନା କରାଯାଇ ଥିବାରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପୋଖରୀର ଚତୁପାଶ୍ୱର୍ରେ ଆଲୋକ ବ୍ୟବସ୍ଥା ନଥିବାରୁ ସଂପୂର୍ଣ୍ଣ ଅନ୍ଧାରରେ ବାହାର ଚନ୍ଦନଯାତ୍ରା ସଂପୂର୍ଣ୍ଣ ହୋଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦେବେବାତର ପ୍ରଶାସନିକ ଅବହେଳା କାରଣରୁ ଚନ୍ଦନଯାତ୍ରା ଭଳି ପ୍ରସିଦ୍ଧ ଉତ୍ସବ ଦେଖିବା ପାଇଁ ହଜାର ହଜାର ଜନ ସାଧାରଣ ଉପସ୍ଥିତ ଥିଲେ ମଧ୍ୟ ଅନ୍ଧାର କାରଣରୁ ଗୁରୁତର ଅବସ୍ଥା ମଧ୍ୟରେ ଚନ୍ଦନଯାତ୍ରା ଶେଷ ହୋଇଥିବା ଜଣାପଡିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande