ଉଚ୍ଚ ଶିକ୍ଷା ପାଇଁ ଛାତ୍ରୀଙ୍କୁ ବୁର୍ଲା ଏକତା ମଂଚ ପକ୍ଷରୁ ଆର୍ôଥକ ସହାୟତା
ସମ୍ବଲପୁର, ୧୧ ମଇ(ହି.ସ.) – ଅର୍ôଥକ ଅଭାବରୁ ପାଠ ପଢାରେ ଜଣେ ଛାତ୍ରୀଙ୍କ ପକ୍ଷେ ଦେଖାଦେଇଥିବା ପ୍ରତିବନ୍ଧକ ଦୂର କରିବା ପାଇଁ ବୁର୍ଲା ଏକତା ମଂଚ ତ୍ୱରିତ ସହାୟତାର ହାତ ବଢ଼ାଇଛି। ଏକତା ମଂଚର ଆହ୍ୱାନ କ୍ରମେ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ଲୋକେ ସମ୍ପୃକ୍ତ ମେଧାବୀ ଛାତ୍ରୀଙ୍କୁ ଆର୍ôଥକ ସହାୟତା ପ
ଉଚ୍ଚ ଶିକ୍ଷା ପାଇଁ ଛାତ୍ରୀଙ୍କୁ ବୁର୍ଲା ଏକତା ମଞ୍ଚ ପକ୍ଷରୁ ଆର୍ଥିକ ସହାୟତା


ଉଚ୍ଚ ଶିକ୍ଷା ପାଇଁ ଛାତ୍ରୀଙ୍କୁ ବୁର୍ଲା ଏକତା ମଞ୍ଚ ପକ୍ଷରୁ ଆର୍ଥିକ ସହାୟତା


ସମ୍ବଲପୁର, ୧୧ ମଇ(ହି.ସ.) – ଅର୍ôଥକ ଅଭାବରୁ ପାଠ ପଢାରେ ଜଣେ ଛାତ୍ରୀଙ୍କ ପକ୍ଷେ ଦେଖାଦେଇଥିବା ପ୍ରତିବନ୍ଧକ ଦୂର କରିବା ପାଇଁ ବୁର୍ଲା ଏକତା ମଂଚ ତ୍ୱରିତ ସହାୟତାର ହାତ ବଢ଼ାଇଛି। ଏକତା ମଂଚର ଆହ୍ୱାନ କ୍ରମେ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ଲୋକେ ସମ୍ପୃକ୍ତ ମେଧାବୀ ଛାତ୍ରୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ସମୁଦାୟ ୧ ଲକ୍ଷ ୭ହଜାର ୮ଶହ ଟଙ୍କା ଅର୍ଥରାଶି ସମ୍ପୃକ୍ତ ଛାତ୍ରୀଙ୍କୁ ପ୍ରଦାନ କରାଯାଇ ପାରିଛି। ଚାରିଦିନ ଧରି ବୁର୍ଲା ଏକତା ମଂଚର ଆହ୍ୱାନ କ୍ରମେ ଛାତ୍ରୀଙ୍କ ପାଇଁ ଏକ ସହାୟତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରବିବାର ଦିନ ବୁର୍ଲା ଡିଏଫସି ଗେଷ୍ଟ ହାଉସରେ ସମ୍ପୃକ୍ତ ଛାତ୍ରୀଙ୍କ ଉପସ୍ଥିତିରେ ଏହି ଆର୍ôଥକ ସହାୟତା ହସ୍ତାନ୍ତର ହୋଇଥିଲା। ଏଥିରେ ବହୁ ବିଶିଷ୍ଠ ଓ ବରିଷ୍ଠ ବ୍ୟକ୍ତି, ଡାକ୍ତର, ପୋଲିସ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ସମେତ ଅନେକ ଶୁଭେଚ୍ଛୁ ଉପସ୍ଥିତ ରହି ଛାତ୍ରୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ସହିତ ତାଙ୍କ୍ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ସହାୟତା କାର୍ଯ୍ୟକ୍ରମରେ ବୁର୍ଲା ଏକତା ମଂଚର ଆହ୍ୱାନ କ୍ରମେ ଯୋଡି ହୋଇ ସହାୟତା ପ୍ରଦାନ କରଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଏକତା ମଂଚ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande