ଘିମିରି ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୧୧ ମଇ (ହି.ସ.) ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିମିରି ନିରାକରଣ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ସାହୁ ଉପସ୍ଥିତ ରହି କହିଲେ, ଗ୍ରୀଷ୍ମ ରୁତୁର ଉତ୍ତାପରୁ ସ୍ଵେଦ ଓ ମଇଳା ଚର୍ମରେ
ଘିମିରି ସଚେତନତା ଓ ସ୍ଵାସ୍ଥ୍ୟ ଶିବିର


ଗଞ୍ଜାମ, ୧୧ ମଇ (ହି.ସ.) ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିମିରି ନିରାକରଣ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ସାହୁ ଉପସ୍ଥିତ ରହି କହିଲେ, ଗ୍ରୀଷ୍ମ ରୁତୁର ଉତ୍ତାପରୁ ସ୍ଵେଦ ଓ ମଇଳା ଚର୍ମରେ ଜମି ରହେ ଫଳରେ ଘିମିରି ଜାତ ହୁଏ l କୁଣ୍ଡାଇ ହୁଏ, କୁଣ୍ଡାଇଲେ ଲାଲ୍ ପଡି ଜଳେ l ତ୍ଵଚାକୁ ମୁଲତାନି ମାଟି ଲଗାଇ ସଫା କରନ୍ତୁ। ଭଲ ଭାବେ ଦିନକୁ ଦୁଇ ଥର ଗାଧାନ୍ତୁ। ସ୍ନାନ ପରେ ଚନ୍ଦନ କିମ୍ବା ବେଣାଚେର ଚିକ୍କଣ ଚୁର୍ଣ୍ଣ ଲଗାନ୍ତୁ l କୁଣ୍ଡାଇ ହେଲେ ନ କୁଣ୍ଡାଇ ଘୃତ କୁମାରୀ ରସ ଲଗାନ୍ତୁ l ସକାଳୁ ନିମ୍ବ ହଳଦୀ ବଟା ପାଞ୍ଚ ଗ୍ରାମ ଖାଆନ୍ତୁ l କାକୁଡି, ତରଭୁଜ ଖାଆନ୍ତୁ, ଅଧିକ ମିଠା, ଖଟା, ଆମ୍ବ ଖାଆନ୍ତୁ ନାହିଁ ଓ ସୂତାଲୁଗା ପରିଧାନ କରିବା ପାଇଁ ପରମର୍ଶ ଦେଇଥିଲେ l

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande