
କେନ୍ଦ୍ରାପଡ଼ା, ୧୧ ମଇ(ହି.ସ.) – ଜିଲ୍ଲାର ଦକ୍ଷ ନାରୀନେତ୍ରୀ, ଦୃଢ ସଂଗଠିକା ଡ଼ ଜ୍ୟୋସ୍ନାରାଣୀ ଜେନାଙ୍କୁ ଜିଲ୍ଲାର ବିଭିନ୍ନ ଅଂଚଳରୁ ଅଭିନନ୍ଦନ ର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି। ଶ୍ରୀମତୀ ଜେନା ଜିଲ୍ଲା ବିଜେପି ସଂଗଠନ ର ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇବା ପରେ ସଂଗଠନର କର୍ମକର୍ତା ଓ ଜିଲ୍ଲାର କେନ୍ଦ୍ରାପଡା, ମହାକାଳପଡା, ପାଟକୁରା, ରାଜନଗର ଓ ଆଳି ନିର୍ବାଚନ ମଣ୍ଡଳୀର କର୍ମକର୍ତା ମାନେ ଓ ନାରୀନେତ୍ରୀ ମାନେ ତାଙ୍କର ଏହି ନିଯୁକ୍ତିରେ ଆନନ୍ଦ ପ୍ରକାଶ କରିବା ସହ ସାମାଜିକ ଗଣମାଧ୍ୟମ ରେ ଓ ବ୍ୟକ୍ତିଗତ ଭାବରେ ଭେଟି ଅଭିନନ୍ଦନ ଜଣାଉଥିବା ଖବର ମିଳିଛି। ଶ୍ରୀମତୀ ଜେନାଙ୍କୁ ମହାକାଳପଡା ର ବରିଷ୍ଠ ନାରୀନେତ୍ରୀ ରୋଜାଲିନି ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି। ଏହି ଗୁରୁ ଦାୟିତ୍ୱ ମିଳିଥିବାରୁ ଜିଲ୍ଲାର ମହିଳା ମାନଙ୍କୁ ସଂଗଠିତ କରିବା ଓ ଅଧିକରୁ ଅଧିକ ସଂଖ୍ୟକ ବିଜେପି ସଂଗଠନ ସହ ଯୋଡିବା କାର୍ଯ୍ୟରେ ଅନବରତ ଉଦ୍ୟମ କରିବେ ବୋଲି ଶ୍ରମତୀ ଜେନା ପ୍ରକାଶ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ଡ଼ ଦୁର୍ଗା ପ୍ରସନ୍ନ ନାୟକ. ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି କିଶୋର କୁମାର ପଣ୍ଡା ପ୍ରମୁଖଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି