

ସମ୍ବଲପୁର, ୧୧ ମଇ(ହି.ସ.) – ସମ୍ବଲପୁର ସହରର ଅଗ୍ରଣୀ ଝାଡୁଆପଡା ଅରଣ୍ୟକ ସେବା ସଂସ୍ଥା ଓ ଯୁବ ଉଦୟନ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣ ବଡ ଦୁଆର ଠାରେ ଆଜି ୬୧ତମ ସାମୁହିକ ବ୍ରତୋପନୟନ(ବରୁ) ଅନୁଷ୍ଠିତ ହୋଇଯାଇଛି। ଭଜୈଷ୍ଠ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଅନୁଷ୍ଠିତ ଏହି ସଂସ୍କାର ଅନୁଷ୍ଠାନରେ ସମ୍ବଲପୁର ସହର ତଥା ଆଖପାଖ ଅଂଚଳର ୨୮ ଜଣ ବ୍ରାହ୍ମଣ ବାଳକ ଉପନୟନ ଧାରଣ କରିଥିଲେ। ନୀତି୍ୱିଧି ସହିତ ବ୍ରତ ପରେ ବଟୁବୃନ୍ଦ ମାମୁଁ ମାନଙ୍କ ଗହଣରେ ଭ୍ୱ୍ୟ ରୋଷଣୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ମନ୍ଦିରମାନଙ୍କରେ ଦେବ ଦର୍ଶନ କରିଥିଲେ। ପଣ୍ଡିତ ମହେଶ୍ୱର ନାୟକ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ଉପେନ୍ଦ୍ର ପାଣିଗ୍ରାହୀ, ଉତମ ରଥ, ମହେନ୍ଦ୍ର ପୂଜାରୀ, ବିଦ୍ୟାଭୂଷଣ ନାୟକ, ମନବୋଧ ପାଢ଼ୀ, ନିଗମାନନ୍ଦ ପୂଜାରୀ, ନିରଞ୍ଜନ ପୂଜାରୀ, ଶୈଳେନ୍ଦ୍ର ପୂଜାରୀ, ଅମରେନ୍ଦ୍ର ପୂଜାରୀ, ଯଜେ୍ଞଶ୍ୱର ବାବୁ ପ୍ରମୁଖ ବ୍ରତ ପରିଚାଳନା କରିଥିଲେ। ସେବା ସଂସ୍ଥା ଓ ଯୁବ ଉଦୟନର ସରୋଜ ଦଲପତ, ସଞ୍ଜୟ କୁମାର ମିଶ୍ର, ସୁଭେନ୍ଦ୍ର ପଣ୍ଡା, ଚନ୍ଦ୍ର ଶେଖର ପାଢ଼ୀ, ପ୍ରାଣରଞ୍ଜନ ପଣ୍ଡା, ସଞ୍ଜୀବ ପାଢ଼ୀ, ସୁଶାନ୍ତ ପୁରୋହିତ,ଅଭିଷେକ ମିଶ୍ର, ଡ଼. ସିଦ୍ଧାର୍ଥ ପଣ୍ଡା,ମିଲୁ ପାଣିଗ୍ରାହୀ, ପ୍ରବୀଣ ଦୀକ୍ଷିତ, ଆଶିଷ ସୂପକାର ବାବୁଲୁ ପୁରୋହିତ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ