
କେନ୍ଦୁଝର, ୧୧ ମଇ(ହି.ସ.) – ଏକ ହତ୍ୟା ମାମଲାର ଶୁଣାଣୀ କରି କେନ୍ଦୁଝର ଜିଲ୍ଲା ଜଜ୍ କୋର୍ଟ ଚଷା ଦେହୁରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଦଶ ହଜାର ଟଙ୍କା ଜରିମାନା ଅନାଦେୟ ଏକ ବର୍ଷ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଏହା ଜିଲ୍ଲା କୋର୍ଟରେ ବିଏନ୍ଏସ୍ ଧାରା ଲାଗୁ ପରେ ପ୍ରଥମ କେଶ୍ ଭାବରେ ଚାରି ମାସରେ ଦଣ୍ଡାଦେଶ ହୋଇଛି। ଅକ୍ଟୋବର ମାସ ୨୦୨୧ରେ ନୟାକୋଟ ଥାନା ଅନ୍ତର୍ଗତ କାଡକଳା ଗ୍ରାମର ସାମୁ ଦେହୁରୀ, ଜଗଦୀଶ ଦେହୁରୀ ଓ ନୀଳ ଗିରି ବଳଦ ଚରାଉ ଥିଲେ। କୌଣସି କାରଣରୁ ଚଷା ଦେହୁରୀ ନୀଳ ଗିରି ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଚଷା ଦେହୁରି ଧନୁ ତୀର ଆଣି ନୀଳଙ୍କୁ ଛାତିରେ ତିର ମାରିଥିଲା। ଫଳରେ ଘଟଣା ସ୍ଥଳରେ ନୀଳଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ନୟକୋଟ ପୋଲିସ ପହଂଚି ଚଷାଙ୍କୁ ଗିରଫ କରିବା ସହ ପିଏସ୍ କେସ ନଂ ୫୦/୨୦୨, ୩୦୨ ଆଇପିସିରେ କୋର୍ଟ ଚାଲାଣ କରିଥିଲା। ଆଜି ଜିଲ୍ଲା ଦୌରାଜଜ ଗୋପାଳ ଚନ୍ଦ୍ର ବେହେରା ଏହାର ଶୁଣାଣୀ କରିଥିବାବେଳେ ସରକାରୀ ଓକିଲ ଭାବେ ପ୍ରଦିପ କୁମାର ଦାସ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA