ମାଥିଲି ବ୍ଲକ ଧୁଙ୍ଗିଆପୁଟରେ ମୁଖ୍ୟ ଶିବିର ସହ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ମାଲକାନଗିରି, ୧୧ ମଇ (ହି.ସ.)- ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶିବିରଟି ମାଥିଲି ବ୍ଲକର ଧୁଙ୍ଗିଆପୁଟ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ
ମାଥିଲି ବ୍ଲକ ଧୁଙ୍ଗିଆପୁଟରେ ମୁଖ୍ୟ ଶିବିର ସହ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅଭିଯୋଗ


ମାଲକାନଗିରି, ୧୧ ମଇ (ହି.ସ.)- ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶିବିରଟି ମାଥିଲି ବ୍ଲକର ଧୁଙ୍ଗିଆପୁଟ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଡୋଲାମଣି ପ୍ରଧାନ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଶ୍ମିରଞ୍ଜନ ସେନାପତି ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ମାଥିଲି ବ୍ଲକ ବ୍ୟତୀତ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କାଲିମେଳା ବ୍ଲକର ବାଡିଗେଟା, ମାଲକାନଗିରି ବ୍ଲକର ଝାରପାଲି, ଚିତ୍ରକୋଣ୍ଡା ବ୍ଲକର ବଡ଼ପଡ଼ା, ଖଇରପୁଟ ବ୍ଲକର ଗୋବିନ୍ଦପାଲି, କୋରୁକୋଣ୍ଡା ବ୍ଲକର ମାରିୱାଡ଼ା ଏବଂ ପୋଡ଼ିଆ ବ୍ଲକର ବାପନପାଲି ପଞ୍ଚାୟତରେ ଅଭିଯୋଗ ଶୁଣାଣି କରାଯାଇଥିଲା।

ଏହି ଅବସରରେ ମୋଟ ୫୭ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଏବଂ ୩୫ଟି ଗ୍ରାମ ଭିତ୍ତିକ ସାମୂହିକ ସମସ୍ୟା ରହିଥିଲା।ଶିବିର ପରିସରରେ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସହାୟତା କ୍ୟାମ୍ପ ଆୟୋଜିତ ହୋଇଥିଲା। ମାଥିଲି ବିଡିଓ ପ୍ରମୋଦ ବେହେରା ଏବଂ ସହକାରୀ ଜିଲ୍ଲାପାଳ ପ୍ରୀତମ ଦେବତା ସମଗ୍ର କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଓ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande