ଗରଦପୁର ବ୍ଲକ ଅଫିସରେ ଅ୍ୟବସ୍ଥା
କେନ୍ଦ୍ରାପଡ଼ା, ୧୧ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅବ୍ୟବସ୍ଥା ଚରମ ସୀମାରେ ପହଂଚିଥିବା ଦେଖିବାକୁ ମିଳିଛି। ବ୍ଲକ୍ ଅଫିସ ଘରର କାନ୍ଥରେ ବର ଗଛ ଓ ବିଭିନ୍ନ ଲତା ମାଡ଼ି ବସିଥିବାବେଳେ, ଅଫିସ ଭିତରେ ଅଳିଆ ଆବର୍ଜନା ଜମା ହୋଇ ରହିଛି। ଏହା ଫଳରେ ସାପ, ବେଙ୍ଗ
------ଗରଦପୁର ବ୍ଲକ ଅଫିସରେ ଅ୍ୟବସ୍ଥା


କେନ୍ଦ୍ରାପଡ଼ା, ୧୧ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅବ୍ୟବସ୍ଥା ଚରମ ସୀମାରେ ପହଂଚିଥିବା ଦେଖିବାକୁ ମିଳିଛି। ବ୍ଲକ୍ ଅଫିସ ଘରର କାନ୍ଥରେ ବର ଗଛ ଓ ବିଭିନ୍ନ ଲତା ମାଡ଼ି ବସିଥିବାବେଳେ, ଅଫିସ ଭିତରେ ଅଳିଆ ଆବର୍ଜନା ଜମା ହୋଇ ରହିଛି।

ଏହା ଫଳରେ ସାପ, ବେଙ୍ଗ ସହ ବିଭିନ୍ନ ଜୀବଜନ୍ତୁଙ୍କ ଆସ୍ଥାନ ପାଲଟିଥିବାରୁ କର୍ମଚାରୀ ଓ ସାଧାରଣ ଲୋକ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବିଶେଷକରି ବର ଗଛର ଚେର କାନ୍ଥ ଭିତରକୁ ପସି ଧୀରେ ଧୀରେ କାନ୍ଥ ଫାଡ଼ୁଥିବାରୁ ଅଫିସ ଘରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଅନ୍ୟପଟେ ସ୍ୱଚ୍ଛତାର ଅଭାବ ଯୋଗୁଁ ସରକାରଙ୍କ “ସ୍ୱଚ୍ଛ ଭାରତ” ଅଭିଯାନ କେବଳ କାଗଜ କଲମରେ ସୀମିତ ରହିଥିବା ଭଳି ଚିତ୍ର ଏଠାରେ ପ୍ରତିଫଳିତ ହେଉଛି। ସ୍ଥାନୀୟ ଲୋକମାନେ ତୁରନ୍ତ ଅଫିସ ପରିସର ସଫା କରିବା ସହ କାନ୍ଥରେ ଥିବା ବର ଗଛ ଓ ଲତା କାଟିବାକୁ ଦାବି କରିଛନ୍ତି। ପ୍ରଶାସନ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande