

ଖୋର୍ଦ୍ଧା, ୧୧ ମଇ(ହି.ସ.) – ନାସନାଲ ମିସ୍ ଟିନ୍ ସୁପର ଗ୍ଳୋବେ ରେ ବିଜୟ ହୋଇଛନ୍ତି ଜଟଣୀର ସିଦ୍ଧିକ୍ସା ପ୍ରିୟଦର୍ଶିନୀ। କେରଳମ୍ କାଲିକୋକ ଠାରେ ଅନୁଷ୍ଠିତ ହୋଇଥିବା ନାସନାଲ ଟିନ୍ ସୁପର ଗ୍ଳୋବେ ରେ ଓଡିଶା ତରଫରୁ ଖୋର୍ଦ୍ଧା ଜ଼ିଲ୍ଲା ଜଟଣୀ ରାଜାବଜାର ଅଂଚଳର ଶକ୍ତି ରଞ୍ଜନ ସାହୁ ଓ ରଞ୍ଜିତା ସାହୁଙ୍କ କନ୍ୟା ଓ କୋହେନ ଇଂଟରନାସନାଲ ସ୍କୁଲର ୧୩ ବର୍ଷୀୟ ଛାତ୍ରୀ ସିଦ୍ଧିକ୍ସା ପ୍ରିୟଦର୍ଶିନୀ। ସାରା ଭାରତରୁ ବିଭିନ୍ନ ରାଜ୍ୟରୁ ଶହେରୁ ଉର୍ଦ୍ଧ ପ୍ରତିଯୋଗିତାଙ୍କୁ ପଛରେ ପକାଇ ଓଡିଶା ନାଁକୁ ସାରା ଭାରତକୁ ପରିଚୟ ଦେଇ ଶେଷରେ ବିଜୟୀ ହୋଇଛନ୍ତି ଖୋର୍ଦ୍ଧା ଜ଼ିଲ୍ଲା ଜଟଣୀ ଅଂଚଳର ସିଦ୍ଧିକ୍ସା ପ୍ରିୟଦର୍ଶିନୀ। ଏଇ ପ୍ରତିଯୋଗିତା ଚଳିତ ମାସ ୭ରୁ ୯ ତାରିଖ କେରଳମ୍ ଠାରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଗଷ୍ଟ ୧୯ରୁ ୨୩ ପର୍ଯ୍ୟନ୍ତ ଥାଇଲାଣ୍ଡରେ ହେବାକୁ ଥିବା ଇଣ୍ଟରନାସନାଲ ମିସ୍ ଟିନ୍ ସୁପର ଗ୍ଳୋବେ ପ୍ରତିଯୋଗିତାରେ ଭାରତ ତରଫରୁ ଭାଗ ନେବେ ସିଦ୍ଧିକ୍ସା ପ୍ରିୟଦର୍ଶିନୀ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ