ଜାତୀୟ ପଂଚାୟତ ସମ୍ମାନରେ ଓଡ଼ିଶାକୁ ୫ଟି ପୁରସ୍କାର , ସାଧୁୂବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୧ ମଇ (ହି.ସ.) - ଜାତୀୟ ପଂଚାୟତ ସମ୍ମାନ-୨୦୨୫ରେ ଓଡ଼ିଶାକୁ ୫ଟି ପୁରସ୍କାର ମିଳିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି କୃତିତ୍ୱ ପାଇଁ ପଂଚାୟତ ଓ ଜିଲ୍ଲାର ସମସ୍ତ ପ୍ରତିନିଧି, ପ୍ରଶାସନିକ କର୍ମକର୍ତା ଏବଂ ଜନସାଧାରଣଙ୍କୁ ମୁଖ୍ୟମନ୍ତ
panchayat


ଭୁବନେଶ୍ୱର, ୧୧ ମଇ (ହି.ସ.) - ଜାତୀୟ ପଂଚାୟତ ସମ୍ମାନ-୨୦୨୫ରେ ଓଡ଼ିଶାକୁ ୫ଟି ପୁରସ୍କାର ମିଳିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି କୃତିତ୍ୱ ପାଇଁ ପଂଚାୟତ ଓ ଜିଲ୍ଲାର ସମସ୍ତ ପ୍ରତିନିଧି, ପ୍ରଶାସନିକ କର୍ମକର୍ତା ଏବଂ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।

ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡ଼ିଶାର ପଂଚାୟତଗୁଡ଼ିକ ଜାତୀୟ ପଂଚାୟତ ସମ୍ମାନ-୨୦୨୫ରେ ୫ଟି ପୁରସ୍କାର ହାସଲ କରିବା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଗଞ୍ଜାମ ଜିଲ୍ଲାକୁ ଦେଶର ଶ୍ରେଷ୍ଠ ୨ୟ ଜିଲ୍ଲା ପଂଚାୟତ ଭାବେ ସମ୍ମାନଜନକ ନାନାଜୀ ଦେଶମୁଖ୍ ସର୍ବୋତମ ପଂଚାୟତ ସତତ ବିକାଶ ପୁରସ୍କାର ମିଳିଥିବା ବେଳେ ଗଞ୍ଜାମ ଜିଲ୍ଲାର ପୋଟାଲମ୍ପୁର ପଂଚାୟତକୁ ସୁସ୍ଥ ପଂଚାୟତ, କେନ୍ଦୁଝର ଜିଲ୍ଲାର ପଡୁଆଁ ପଂଚାୟତକୁ ଜଳ ସମୃଦ୍ଧ ପଂଚାୟତ, ସୁନ୍ଦରଗଡ଼ ଜିଲ୍ଲାର ହାତିବନ୍ଧ ପଂଚାୟତକୁ ସ୍ୱଚ୍ଛ ଓ ସବୁଜ ପଂଚାୟତ ଏବଂ ଗଞ୍ଜାମ ଜିଲ୍ଲାର ମନ୍ଦାର ପଂଚାୟତକୁ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷିତ ପଂଚାୟତ ଶ୍ରେଣୀରେ ସମ୍ମାନଜନକ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ସତତ ବିକାଶ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଥିବା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ ।

ଏହି ଅଭିନନ୍ଦନୀୟ କୃତିତ୍ୱ ପାଇଁ ମୁଁ ସମ୍ପୃକ୍ତ ପଂଚାୟତ ଓ ଜିଲ୍ଲାର ସମସ୍ତ ପ୍ରତିନିଧି, ପ୍ରଶାସନିକ କର୍ମକର୍ତା ଏବଂ ଜନସାଧାରଣଙ୍କୁ ଆନ୍ତରିକ ସାଧୁବାଦ ଜଣାଉଛି । ସ୍ଥାନୀୟ ସ୍ତରରେ ସାମୂହିକ ସହଭାଗିତା ମାଧ୍ୟମରେ କିଭଳି ବଡ଼ ପରିବର୍ତନ ଅଣାଯାଇପାରେ, ଏହି ସଫଳତା ତାହାର ଏକ ଅନୁକରଣୀୟ ଉଦାହରଣ । ବିକଶିତ ଓଡ଼ିଶାର ପରିକଳ୍ପନାକୁ ସାକାର କରିବାରେ ଆମର ପଂଚାୟତଗୁଡ଼ିକ ଏଭଳି ସଶକ୍ତ ଏବଂ ଆଦର୍ଶ ହେବା ଅତ୍ୟନ୍ତ ଶୁଭଙ୍କର ଏବଂ ଆଗାମୀ ଦିନରେ ଏହି ଧାରା ବଜାୟ ରହିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେଉ, ଏହା ହିଁ ମୋର କାମନା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande