
କେନ୍ଦ୍ରାପଡ଼ା, ୧୧ ମଇ(ହି.ସ.) – ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ମହାକାଳପଡ଼ା ବ୍ଲକରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗଗୁଡ଼ିକୁ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ। ଆଜିର ଶିବିରରେ ମୋଟ ୨୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ, ସେଥିମଧ୍ୟରୁ ୨୧ଟି ବ୍ୟକ୍ତିଗତ ଏବଂ ୦୫ଟି ସାମୂହିକ ଅଭିଯୋଗ ଥିଲା। ତନ୍ମଧ୍ୟରୁ ୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା ଏବଂ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ଶୀଘ୍ର ନିଷ୍ପତି ପାଇଁ ସମ୍ପର୍କିତ ବିଭାଗକୁ ପଠାଯାଇଛି।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଏହି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଏବଂ ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ) ସରୋଜ କୁମାର ବେହେରାଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପୂର୍ବରୁ ମହାକାଳପଡ଼ା ବ୍ଲକରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରର ଅଭିଯୋଗଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲେ। ପ୍ରକାଶଥାଉ କି ଆସନ୍ତା ୧୮ ମଇରେ ଡେରାବିଶ ବ୍ଲକ୍ ଏବଂ ୨୫ ମଇରେ ଗରଦପୁର ବ୍ଲକ୍, ୦୧ ଜୁନ୍ ରାଜନଗର ବ୍ଲକ୍, ୮ ଜୁନ୍ରେ ଜିଲ୍ଲା ପରିଷଦ କେନ୍ଦ୍ରାପଡ଼ା, ୨୨ ଜୁନ୍ରେ ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ୨୯ ଜୁନ୍ରେ ରାଜକନିକା ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ।
.......................................
ହିନ୍ଦୁସ୍ଥାନ ସମାଚାର / ରବି