

ସମ୍ବଲପୁର, ୧୧ ମଇ(ହି.ସ.) – ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ପରଧିଆପାଲି ସ୍ଥିତ ଏମ୍ସ ମହାବିଦ୍ୟାଳୟ ପରିସରରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ 'ମେରା ୟୁବ ଭାରତ' ସମ୍ବଲପୁର ପକ୍ଷରୁ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାକୁ ଏମ୍ସ ମହାବିଦ୍ୟାଳୟର ଏମ୍ ଡି ଶ୍ରୀମନ୍ତ ପାତ୍ର ସ୍ୱାଗତ ଅଭିଭାଷଣ ଦେଇ ସଭାକୁ ଆରମ୍ଭ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର୍ ବେମ୍ୟକେଶ ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ସାଂସଦଙ୍କର ଉପସ୍ଥାପକ ସୁଧିର ବହିଦାର, ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଏବଂ ଏମ୍ସ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତାପସ ରଞ୍ଜନ ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ। ମଂଚାସୀନ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଆଗାମୀ ଭବିଷ୍ୟତର ଯୁବ ପିଢ଼ିମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ମନୁଷ୍ୟ ଜୀବନରେ ପ୍ରଯୁକ୍ତିବିଦ୍ୟାର ମହତ୍ୱ କଣ ସୂଚାଇ ଦେଇଥିଲେ। ଏବଂ ଏହି କାର୍ଯ୍ୟକ୍ରମରେ ପିଏମ୍ ଇଂଟରସିପ୍ ଯୋଜନାର ପୋଷ୍ଟର ଅତିଥି ମାନଙ୍କଦ୍ୱାରା ଉନ୍ମୋଚନ ହୋଇଥିଲା। ଏହି ଯୋଜନାରେ ୧୮ ରୁ ୨୫ ବର୍ଷର ଯୁବକ ଯୁବତୀମାନେ ମୋ ଭାରତ ପୋର୍ଟାଲକୁ ଯାଇ କି ଅନଲାଇନରେ ଆବେଦନ କରି ପାରିବେ। ଶେଷରେ ଏମ୍ସ ମହାବିଦ୍ୟାଳୟର ଏମ୍ ଡି ଶ୍ରୀ ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭାକୁ ଶେଷ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ