
କେନ୍ଦୁଝର, ୧୧ ମଇ(ହି.ସ.) – କେନ୍ଦୁଝର ଟାଟା ପାୱାର ଅଧିନରେ କାର୍ଯ୍ୟ କରୁଥିବା ତଳ ଶ୍ରେଣୀର ଶ୍ରମିକମାନଙ୍କ ବିରୋଧରେ ଛଟେଇ କରିବାର ବୃହତ ଷଡ଼ଯନ୍ତ୍ର କରିଛି ଟାଟା ପାୱାର ବୋଲି ଏହାର କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା ସେତେବେଳେ ୨୫ ପ୍ରତିଶତ ଏଟି ଆଣ୍ଡ ସି କ୍ଷତି ହେଉଥିଲା ଓ ଆଜି ଯୋଉ ଶ୍ରମିକମାନଙ୍କୁ ସେ ଛଟେଇ କରିବାକୁ ଚାହୁଁଛି ସେଇ ଶ୍ରମିକମାନେ ବିଗତ ଦିନରେ ହାଡ଼ଭଙ୍ଗା ପରିଶ୍ରମ କରି ନିଜର ମୁଣ୍ଡ ଝାଳ ତୁଣ୍ଡେ ମାରି ଏଟି ଆଣ୍ଡ ସି କ୍ଷତିକୁ ୭ ପ୍ରତିଶତକୁ କମାଇ ପାରିଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି ଓ ଏଥିପାଇଁ ଏହି କର୍ମଚାରୀମାନଙ୍କୁ ପୁରଷ୍କୃତ କରିବା ପରିବର୍ତେ ତାଙ୍କୁ ବହିଷ୍କୃତ କରୁଛି।
ଯୋଉଠି ଆମର ତଳ ଶ୍ରେଣୀର କର୍ମଚାରୀ ୧୦୦୦୦ରୁ ୧୫୦୦୦ ଦରମା ପାଉଛନ୍ତି ସେମାନଙ୍କୁ ଛଟେଇ କରିବାକୁ ଯୋଜନା କରି ନିଜର ଧଳା ହାତୀଙ୍କୁ କୋଟି କୋଟି ଦେଇ ରଖିଛି ବୋଲି ଅଭିଯୋଗ କରିଛନ୍ତି ଓ ଓଡ଼ିଶାର ଶ୍ରମିକମାନଙ୍କୁ ଶୋଷଣ କରି ବାହାରୁ ବଡ଼ ବଡ଼ ଧଳାହାତୀ ପୋଷା ହେଉଛି ସେମାନେ ଅଭିଯୋଗ କରିବା ସହ ଯେଉଁଠି ସରକାର କହୁଛନ୍ତି ଆମେ ଚାକିରୀ ଦେଉଛୁ, ସେଇ ଜାଗାରେ ଟାଟା ପାୱାର ଛଟେଇ କରୁଛି ଓ ତେଣୁ ଆଗାମୀ ଦିନରେ ଟିପିଏନ୍ଓଡିଏଲ୍ ଅଧିନରେ ଥିବା ୮ଟି ସଂଘକୁ ନେଇ ହେଇଥିବା ଶ୍ରମିକ ୟୁନାଇଟେଡ଼ ଫୋରମ ଦ୍ୱାରା ଟାଟା ପାୱାରର ଶ୍ରମିକ ମାରଣ ନୀତି ବିରୋଧରେ ଧାରଣାକୁ ଓହ୍ଲେଇ କେନ୍ଦୁଝର ଜିଲାର ଶ୍ରମିକଙ୍କ ସ୍ୱାର୍ଥ ସହିତ ଉତର ଓଡ଼ିଶାରେ ବିଦ୍ୟୁତ ବଂଟନ ଦାୟିତ୍ୱରେ ଥିବା ଟାଟା ପାୱାର ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ଓ ଅସହଯୋଗ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏନେଇ କୌଣସି ଅଧିକାରୀ ମତାମତ ଦେବାକୁ ମନା କରି ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA