ଅସୁରଡୁଙ୍ଗୁରୀ ଜଙ୍ଗଲ ଅଞ୍ଚଳରୁ ଯୁବକର ମୃତଦେହ ଠାବ,ପରିଚୟ ଖୋଜୁଛି ପୋଲିସ
ବଲାଙ୍ଗିର, 11 ମେ (ହି.ସ.) ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଅସୁରଡୁଙ୍ଗୁରୀ ଜଙ୍ଗଲ ଅଞ୍ଚଳରୁ ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ଲୋକେ ଜଙ୍ଗଲ ଭିତରେ ମୃତଦେହ ପଡିଥିବା ଦେଖି ସଦର ପୋଲିସକୁ ଖବର ଦେଇଥିଲେ । ଖବର
ଅସୁରଡୁଙ୍ଗୁରୀ ଜଙ୍ଗଲ ଅଞ୍ଚଳରୁ ଯୁବକର ମୃତ ଦେହ ଠାବ,ପରିଚୟ କାରଣ ଖୋଜୁଛି ପୋଲିସ


ବଲାଙ୍ଗିର, 11 ମେ (ହି.ସ.)

ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଅସୁରଡୁଙ୍ଗୁରୀ ଜଙ୍ଗଲ ଅଞ୍ଚଳରୁ ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ଲୋକେ ଜଙ୍ଗଲ ଭିତରେ ମୃତଦେହ ପଡିଥିବା ଦେଖି ସଦର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ, ମୃତ୍ୟୁର କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି । ପୋଲିସ ପକ୍ଷରୁ ଘଟଣାକୁ ସନ୍ଦେହଜନକ ଭାବେ ନେଇ ସମସ୍ତ ଦିଗରୁ ତଦନ୍ତ କରାଯାଉଥିବା ସୂଚନା ମିଳିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଘଟଣା ଟି ଅଞ୍ଚଳ ରେ ଭୟ ଓ ଉତ୍କଣ୍ଠା ପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande