ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସରେ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର- ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ସୋସିଆଲ ମିଡିଆ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସମସ୍ତ ପ୍ରତିଭାଶା
ଜାତୀୟ ପ୍ରଯୁକ୍ତି ବିଦ୍ୟା     ଦିବସରେ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର- ଜାତୀୟ ପ୍ରଯୁକ୍ତିବିଦ୍ୟା

ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନିଜ ସୋସିଆଲ ମିଡିଆ ବାର୍ତ୍ତାରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜମାନଙ୍କର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ

ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ସେ ବୈଜ୍ଞାନିକ ସମୁଦାୟର

ନିରନ୍ତର ଅବଦାନକୁ ପ୍ରଶଂସା କରି କହିଛନ୍ତି ଯେ, ଏହା ଦେଶର ପ୍ରଯୁକ୍ତିଗତ କ୍ଷମତା ଏବଂ ବିଶ୍ୱସ୍ତରୀୟ ପରିଚୟକୁ ଆହୁରି

ସୁଦୃଢ଼ କରୁଛି।

ସେ ଏହା ମଧ୍ୟ କହିଛନ୍ତି

ଯେ ରାଜ୍ୟରସମାବେଶୀ ଉନ୍ନତି, ଉତ୍ତମ ଶାସନ ବ୍ୟବସ୍ଥା ଏବଂ ନାଗରିକ ସଶକ୍ତିକରଣ ପାଇଁ ପ୍ରଯୁକ୍ତିର ବ୍ୟବହାର ପ୍ରତି

ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ।

ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାରତରେ ବିଜ୍ଞାନ ଏବଂ

ପ୍ରଯୁକ୍ତିଗତ ସଫଳତାକୁ ସମ୍ମାନ ଜଣାଇ ପାଳନ କରାଯାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande