ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ କମିଶନରେଟ ପୋଲିସ ଅଫିସ୍ ଘେରିଲା କଂଗ୍ରେସ
ଭୁବନେଶ୍ୱର,୧୧ ମଇ (ହି.ସ.) - ରାଜ୍ୟର ଭୁଶୁଡି ପଡ଼ିଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଷ୍କ୍ରିୟତା ବିରୋଧରେ ସୋମବାରଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ ପିସିସି ସଭାପତିଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ପୋଲିସ
cong


ଭୁବନେଶ୍ୱର,୧୧ ମଇ (ହି.ସ.) - ରାଜ୍ୟର ଭୁଶୁଡି ପଡ଼ିଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଷ୍କ୍ରିୟତା ବିରୋଧରେ ସୋମବାରଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ ପିସିସି ସଭାପତିଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ପୋଲିସ କମିଶନରେଟ କାର୍ଯ୍ୟାଳୟ ଘେରାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ବିଶାଳ ପ୍ରତିବାଦ ଓ ଘେରାଓ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ହଜାର ହଜାର କଂଗ୍ରେସ କର୍ମୀ ଏବଂ ପୋଲିସ କର୍ମଚାରୀଙ୍କୁ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ, ରାଜ୍ୟରେ ଅପରାଧ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି, ତା ସହିତ କଂଗ୍ରେସର ମଧ୍ୟ ଲଢେଇ ଜାରୀ ରହିବ । କିନ୍ତୁ ଦୁଃଖର କଥା ଏଭଳି ଅମାନବୀୟ ଭିଡ଼ ହିଂସା ହତ୍ୟା ଘଟୁଥିଲେ ମଧ୍ୟ ଏସବୁର ପ୍ରତିକାର ପାଇଁ ସରକାର କିମ୍ବା ମୁଖ୍ୟମନ୍ତ୍ରୀ କାହା ପାଖରେ ସମୟ ନାହିଁ । ପୋଲିସ ଫୋର୍ସ କ୍ରିମନାଲ ମାନଙ୍କୁ ଘୋଡ଼େଇବାରେ ବ୍ୟସ୍ତ, କ୍ରିମିନାଲ ବିଜେପି, ଆରଏସଏସ ଓ ଭିଏଚପିରେ ମିଶି ଯାଉଛନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଫଳରେ ସାଧାରଣ ଜନତା ମଧ୍ୟ ସାହସ ପାଇ ଏଭଳି ଭିଡ ହିଂସା କରିବାକୁ ପ୍ରଶ୍ରୟ ପାଉଛନ୍ତି । ଆଜି ଆଦିମ କାଳକୁ ଆଇନ ବ୍ୟବସ୍ଥା ଚାଲି ଯାଇଛି ।ବିଚ ରାସ୍ତାରେ ଲୋକଙ୍କୁ ପିଟିପିଟି ମାରି ଦେଉଛନ୍ତି । ଏ ସରକାରଙ୍କ ବିରୁଦ୍ଧରେ ଯେତେ କହିଲେ ମଧ୍ୟ କମ ପଡ଼ିବ । ସରକାର ନିର୍ଲଜତାର ସୀମା ପାରି ହୋଇ ସାରିଲେଣି ବୋଲି ସଭାପତି ଶ୍ରୀ ଦାସ କହିଥିଲେ ।

ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଛି ଓ ପୋଲିସ ସମ୍ପୂର୍ଣ୍ଣ ରୂପେ ସରକାରୀ ଦଳର ହାତ ବାରିଶି ସାଜି କାମ କରୁଛି କ୍ଷ ଗୃହ ବିଭାଗର ଦାୟୁତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ଇସ୍ତଫା ଦେବା ପାଇଁ ଦାବି କରିବା ସହ ଦୋଷୀ ମାନଙ୍କୁ ତୁରନ୍ତ ଦଣ୍ଡ ମିଳିବା ଓ ପୋଲିସ ଅଫିସର ମାନଙ୍କ ଉପରେ ଦୃଢ଼ କାର୍ଯୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଘେରାଓ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ପିସିସି ଉପସଭାପତି (ସଂଗଠନ) ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଜେନା,ଜିତେନ୍ଦ୍ର ଚମ୍ପତି ପ୍ରମୁଖ ଉପସ୍ଥିତ ରହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande