
ଭୁବନେଶ୍ୱର, 11 ମେ (ହି.ସ.)- ରାଷ୍ଟ୍ରୀୟ
ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର
ବୈଜ୍ଞାନିକ, ଇଞ୍ଜିନିୟର, ନବପ୍ରବର୍ତ୍ତକ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନିଜ ସୋସିଆଲ ମିଡିଆ ବାର୍ତ୍ତାରେ
ସେ କହିଛନ୍ତି ଯେ, ଏ
ସମସ୍ତଙ୍କର ନିଷ୍ଠା ଏବଂ ସମର୍ପଣ ଭାରତର ବିଜ୍ଞାନ, ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ନିରନ୍ତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ
ଭୂମିକା ନିଭାଉଛି। ସେ କହିଛନ୍ତି ଯେ, ଏହି ଦିବସ ଦେଶର ବୈଜ୍ଞାନିକ ସଫଳତା ଏବଂ ପ୍ରଯୁକ୍ତିଗତ ଆତ୍ମନିର୍ଭରତାର
ପ୍ରତୀକ।
ସେ ଉଲ୍ଲେଖ କରିଛନ୍ତି ଯେ, ୧୧ ମେ ୧୯୯୮ରେ ହୋଇଥିବା ଐତିହାସିକ ପୋଖରନ-2ପରମାଣୁ ପରୀକ୍ଷଣର ବାର୍ଷିକୀ ଭାବେ ପାଳନ କରାଯାଉଥିବା ଏହି ଦିବସ
ଭାରତର ବୈଜ୍ଞାନିକ ଦୃଢତା, କୌଶଳଗତ କ୍ଷମତା ଏବଂ ପ୍ରଯୁକ୍ତିଗତ ଆତ୍ମବିଶ୍ୱାସକୁ ସ୍ମରଣ କରାଏ।
ଧର୍ମେନ୍ଦ୍ର ପ୍ରଧାନକହିଛନ୍ତି ଯେ, ବୈଜ୍ଞାନିକ ଏବଂ ଗବେଷକମାନଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର, ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା