ଅରଖପୁରରେ ଏକ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଉଦଘାଟନ କଲେ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 11 ମେ (ହି.ସ.)- ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅରଖପୁର ଠାରେ ଏକ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଉପକେନ୍ଦ୍ର ଦ୍ୱାରା ଅରଖପୁର ସମେତ ଆଖପାଖରେ ଥିବା ଗ୍ରାମବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା
ଅରଖପୁରରେ ଏକ ନୂତନ     ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଉଦଘାଟନ କଲେ ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ୱର, 11 ମେ (ହି.ସ.)- ଆଜି ବୁଗୁଡ଼ା

ବ୍ଲକ ଅନ୍ତର୍ଗତ ଅରଖପୁର ଠାରେ ଏକ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି

ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଉପକେନ୍ଦ୍ର ଦ୍ୱାରା ଅରଖପୁର ସମେତ ଆଖପାଖରେ ଥିବା

ଗ୍ରାମବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ ଯେଉଁଥିରେ ସାଧାରଣ ଚିକିତ୍ସା, ପ୍ରାଥମିକ ଜରୁରୀ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ, ଟିକାକରଣ ଏବଂ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ସୁବିଧା ଉପଲବ୍ଧ ହେବ।

ଏହା ସ୍ଥାନୀୟ

ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାରେ ଏକ ବଡ଼ ପଦକ୍ଷେପ ହେବ ଏବଂ ଜିଲ୍ଲା ସ୍ତରୀୟ ହସ୍ପିଟାଲ

ଉପରେ ନିର୍ଭରତା ହ୍ରାସ କରିବ। ଆମ ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ମଜବୁତ

କରିବା ପାଇଁ ପ୍ରତିବଦ୍ଧ ଏବଂ ସୁସ୍ଥ ଓଡ଼ିଶା ଗଢ଼ିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande