ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ରେ ଓଡ଼ିଶା ୫ଟି ବର୍ଗରେ ପୁରସ୍କୃତ
ଭୁବନେଶ୍ୱର, 11 ମେ (ହି.ସ.)- ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ରେ ଓଡ଼ିଶା ୫ଟି ବର୍ଗରେ ପୁରସ୍କୃତ ହୋଇଛି । ଯାହା ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ବର୍ଗରେ ଗଞ୍ଜାମ ଜ
ଜାତୀୟ ପଞ୍ଚାୟତ ପୁରସ୍କାର     ୨୦୨୫ରେ ଓଡ଼ିଶା ୫ଟି ବର୍ଗରେ ପୁରସ୍କୃତ


ଭୁବନେଶ୍ୱର, 11 ମେ (ହି.ସ.)- ଜାତୀୟ

ପଞ୍ଚାୟତ ପୁରସ୍କାର ୨୦୨୫ରେ ଓଡ଼ିଶା ୫ଟି ବର୍ଗରେ ପୁରସ୍କୃତ ହୋଇଛି । ଯାହା ସମଗ୍ର ରାଜ୍ୟ

ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।

ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି

୩ କୋଟି ଟଙ୍କାର ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଅନୁରୂପ ଭାବରେ ପୋଲସରା ବ୍ଲକର ମନ୍ଦାର

ପଞ୍ଚାୟତ ‘ସାମାଜିକ ନ୍ୟାୟ ଏବଂ ସାମାଜିକ ଭାବେ ସୁରକ୍ଷିତ ପଞ୍ଚାୟତ’ ବର୍ଗରେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ୩୭.୫୦ ଲକ୍ଷ

ଟଙ୍କାର ପୁରସ୍କାର ରାଶି ପାଇବା ପାଇଁ ମନୋନୀତ ହୋଇଛି।

ଏହି ଐତିହାସିକ ସଫଳତା

ଗଞ୍ଜାମ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ସୁଶାସନ ଓ ଜନସହଭାଗିତାର

ପ୍ରତିଫଳନ। ଏହି ଉଲ୍ଲେଖନୀୟ ସଫଳତା

ପାଇଁ ସମସ୍ତ ଜନପ୍ରତିନିଧି, ଅଧିକାରୀ ଓ ପଞ୍ଚାୟତବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande