
ଭୁବନେଶ୍ୱର,୧୧ ମଇ (ହି.ସ.) - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର-ତଥା-ଶାସନ ସଚିବ, ଡା. ଏନ୍ ତିରୁମାଲା ନାଏକ ସମସ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରି ଅଗ୍ରାଧିକାର ଭିତିରେ ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା