୧୨ଜଣ ପ୍ରତିଭାଧାରୀ ମହିଳାଙ୍କୁ ଶାନ୍ତିସ୍ତୁପ ସମ୍ମାନ ପ୍ରଦାନ
ଭୁବନେଶ୍ୱର, ୧୧ ମଇ (ହି.ସ.) - ମାସିକ ଓଡ଼ିଆ ଖବରକାଗଜ ଶାନ୍ତିସ୍ତୁପର ପଂଚମ ସ୍ୱନକ୍ଷତ୍ର ଉତ୍ସବ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ
drf


ଭୁବନେଶ୍ୱର, ୧୧ ମଇ (ହି.ସ.) - ମାସିକ ଓଡ଼ିଆ ଖବରକାଗଜ ଶାନ୍ତିସ୍ତୁପର ପଂଚମ ସ୍ୱନକ୍ଷତ୍ର ଉତ୍ସବ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ରାଜ୍ୟବାସୀଙ୍କ ସାମାଜିକ ଓ ରାଜନୈତିକ ଜୀବନରେ ଶାନ୍ତିସ୍ତୁପ ତାର ପ୍ରଭାବ ବିସ୍ତାର କରିଚାଲିଛି ବୋଲି ମତବ୍ୟକ୍ତ କରିଥିଲେ।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ. ଅରବିନ୍ଦ ଢାଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ପ୍ରକାଶକ ତଥା ଉଦ୍ୟୋଗପତି ଅମିତ ମଲ୍ଲିକ, ସଂସ୍କୃତି ଗବେଷକ ଭାଗ୍ୟଲିପି ମଲ୍ଲ, ବିଶିଷ୍ଟ ସଂଳାପକାର ତଥା ଶିକ୍ଷାବିତ୍ ଡଃ ରଜନୀ ରଞ୍ଜନ ଦାଶ, ସମାଜସେବୀ ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗଦେଇ ଆମେ ଡିଜିଟାଲ ଦୁନିଆରେ ରହୁଛେ ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ଗଣମାଧ୍ୟମର ଭୂମକା ରହିଛି, ମାତ୍ର ଖବରକାଗଜର ସବୁବେଳେ, ସବୁ ସମୟରେ ଗୁରୁତ୍ୱବହନ କରିଆସିଛି। ସମାଜରେ ଅବହେଳିତ ଓ ନିଷ୍ପେସ୍ପିତ ଭାବେ ଜୀବନ ବିତାଉଥିବା ସାଧାରଣ ଜନତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଶାନ୍ତିସ୍ତୁପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ। ଏଥିସହିତ ସାଧାରଣ ଜନତାଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶାନ୍ତିସ୍ତୁପ ତାର କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ଜଣ ପ୍ରତିଭାଧାରୀ ମହିଳାଙ୍କୁ ଶାନ୍ତିସ୍ତୁପ ସମ୍ମାନରେ ସମ୍ମାନିତ କରାଯିବା ସହ ଶାନ୍ତିସ୍ତୁପର ମେ ମାସର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ‘ଚଉଷଠି ଯୋଗିନୀ : ପ୍ରାଚୀନ ଓଡ଼ିଶାରେ ନାରୀ ଶକ୍ତିର ଆରାଧନା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଲେଖିକା ଶ୍ରୁତକୀର୍ତି ତ୍ରିପାଠୀ, ବିଶିଷ୍ଟ ଓଡ଼ଶୀ ନୃତ୍ୟାଙ୍ଗନା ପ୍ରତିଭା ପଣ୍ଡା, ମାର୍କଫେଡ଼ର ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡ଼ା, ବରିଷ୍ଠ ସାମ୍ବାଦିକ ଅରୁନ୍ଧତୀ ମଲ୍ଲିକ, ଉମାଦେଈ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକ ପ୍ରମୁଖ ଯୋଗଦେଇ ନାରୀଶକ୍ତି ଉପରେ ଆଲୋଚନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande